ଗଜପତି: ଗଜପତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରରୀଙ୍କର ମୃତ୍ୟୁ ଘଟିଛି। କରୋନା ସଂକ୍ରମିତ ହୋଇ ସେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ତାଙ୍କ ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି ଯେଉଁମାନେ ବର୍ତ୍ତମାନ କଟକସ୍ଥିତ ଖାପୁରିଆରେ ରହିଛନ୍ତି।
ପରିବାର ସୂତ୍ର ଅନୁଯାୟୀ, କରୋନା ପଜିଟିଭ୍ ପରୀକ୍ଷା ଚିହ୍ନଟ ପରେ ଅଧିକାରୀ ଜଣଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ତାଙ୍କର ହୃଦ୍ଘାତ ଜନିତ ସମସ୍ୟା ଥିଲା ଏବଂ ୨୦ ବର୍ଷ ପୂର୍ବେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସୂତ୍ରରୁ ପ୍ରକାଶ।
Comments are closed.