Latest Odisha News

BREAKING NEWS

ଲାଞ୍ଚ ନେଇ ନିଲମ୍ବିତ ହେଲେ କମିଶନରେଟ୍ ପୋଲିସର ଜଣେ କନଷ୍ଟେବଳ

ଭୁବନେଶ୍ୱର: ଭୁବନେଶ୍ୱରର କମିଶନରେଟ୍ ପୋଲିସର ଜଣେ କନଷ୍ଟେବଳ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏଥିସହିତ ତାଙ୍କୁ ଚାକିରିରୁ ମଧ୍ୟ ନିଲମ୍ବିତ କରାଯାଇଛି।

ଲାଞ୍ଚ ନେଇ ଧରାପଡିଥିବା ଏହି ବାବୁ ଜଣକ ହେଉଛନ୍ତି ସୁରେଶ ଦାସ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କମିଶନରେଟ୍ ପୋଲିସ।

ପ୍ରାପ୍ତ ସୂଚନାନୁଯାୟୀ ବାଲିପାଟଣା ଥାନାର ଜଣେ ଓଏପିଏସ୍ କର୍ମଚାରୀ ରତ୍ନାକରଙ୍କ ଠାରୁ ପ୍ରାୟ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସୁରେଶ କମିଶନରେଟ୍ ପୋଲିସରେ ଆକାଉଣ୍ଟ ସେକ୍ସନ ବିଭାଗରେ କାର୍ଯ୍ୟରତ ଥିଲେ।

ଅଭିଯୋଗକାରୀ ରତ୍ନାକରଙ୍କୁ ଘର ଭଡା ବାବଦରେ ଏରିଅର୍ ବିଲ୍ କରାଇ ଦେବା ଲାଗି ସୁରେଶ ଲାଞ୍ଚ ମାଗିଥିଲେ । ତେବେ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଟଙ୍କା ସହ ଗିରଫ କରିଥିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.