Latest Odisha News

BREAKING NEWS

ବାଲ୍ୟବିବାହ ରୋକିବାକୁ ଅଭିନବ ପଦକ୍ଷେପ; ସୂଚନା ଦେଲେ ମିଳିବ ପୁରସ୍କାର !

ବ୍ରହ୍ମପୁର: ବାଲ୍ୟବିବାହ ରୋକିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନେଇଛି ଏକ ଅଭିନବ ପଦକ୍ଷେପ । ବାଲ୍ୟବିବାହ ହେଉଥିବା ସୂଚନାଦେଲେ, ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ୫୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିବ ବୋଲି ଘୋଷଣା କରିଛି।

ଗଣମାଧ୍ୟମକୁ ସୂଚନା ଦେଇ ଜଣେ ଜିଲ୍ଲା ପ୍ରଶାସନ ଅଧିକାରୀ କହିଛନ୍ତି ଯେ, ଏହି ପୁରସ୍କାର ରାଶି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରୁ ପ୍ରଦାନ କରାଯିବ । ଏହାସହ ସୂଚନାଦାତାର ପରିଚୟ ଗୋପନ ରଖାଯିବ ବୋଲି ସେ କହିଛନ୍ତି ।

ବାଲ୍ୟବିବାହକୁ ରୋକିବା ନିମନ୍ତେ ନଗଦ ଟଙ୍କା ପୁରସ୍କାର ରୂପେ ପ୍ରଦାନ କରିବାକୁ ଅଧିକାରୀ ମାନେ ମାସିକ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।

ଜିଲ୍ଲାପାଳ ବିଜୟ କୁମାର ଦେଇଥିବା ତଥ୍ୟ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଏନଜିଓ ସହାୟତାରେ ଚଳିତ ବର୍ଷ ୩୮ ଟି ବାଲ୍ୟବିବାହ ରୋକ ଯାଇପାରିଛି।

“ଗ୍ରାମବାସୀଙ୍କୁ ବାଲ୍ୟବିବାହ ହେଉଥିବା ସୂଚନା ଥାଇ ସୁଦ୍ଧା ଗାଁ ମୁଖିଆ ଡରରେ ପ୍ରଶାସନକୁ ଏହାର ସୂଚନା ଦେଇ ନଥାନ୍ତି । ମାତ୍ର ଏହି ପୁରସ୍କାର ରାଶି ସେମାନଙ୍କୁ ପ୍ରେରଣା ଯୋଗାଇ ପରେ” ବୋଲି ଆଶା ରଖିଥିବା ଜିଲ୍ଲାପାଳ କହିଛନ୍ତି ।

ପ୍ରଶାସନକୁ ଠିକ ସମୟରେ ସୂଚନା ମିଳିଲେ ଜଣେ ଝିଅର ଜୀବନ ବଞ୍ଚିଯିବ ବୋଲି ସେ କହିଛନ୍ତି ।

Comments are closed.