Latest Odisha News

BREAKING NEWS

୪ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଗଞ୍ଜାମ ଜିଲ୍ଲାପାଳ

ବୁଗୁଡା: କୋଭିଡ-୧୯ କାର୍ଯ୍ୟରେ ନିୟୋଜିତ ଥାଇ ମୃତ୍ୟୁ ବରଣ କରିଥିବା ଗଞ୍ଜାମ ଜିଲ୍ଲାର ଜଣେ ଅଙ୍ଗନବାଡି କର୍ମୀ, ଦୁଇ ଜଣ ଶିକ୍ଷକ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଗତ କାଲି କୋଭିଡ ଯୋଦ୍ଧାର ମାନ୍ୟତା ପ୍ରଦାନ କଲେ ଗଞ୍ଜାମ ଜିଲ୍ଳାପାଳ ବିଜୟା ଅମୃତ କୁଲାଙ୍ଗେ। ମୃତକ ପାଇଁ ଦୁଃଖ ପ୍ରକାଶ କରିବା ସହ ଜିଲ୍ଲାପାଳ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ ।

ଏହାସହ ମୃତକ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ମୃତ୍ୟୁ ପରେ କରୋନା ଯୋଦ୍ଧା ମାନ୍ୟତା ପାଇଥିବା କର୍ମଚାରୀ ମାନେ ହେଲେ ବୁଗୁଡା ବ୍ଲକ ଖୋଳଖାଳି ଗ୍ରାମର ଅଙ୍ଗନବାଡି କର୍ମୀ ଭାରତୀ ସ୍ଵାଇଁ, ଆସିକା ବ୍ଲକ କେ.ରାଇସିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଢ଼ୀ, କବିସୂର୍ଯ୍ୟନଗର ବ୍ଲକ ଏସ.ପଙ୍କାଳବାଡ଼ି ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ସୀମାଞ୍ଚଳ ଶତପଥି, ଓ ଧରାକୋଟ ବ୍ଲକ କନିଷ୍ଠ ଯନ୍ତ୍ରୀ ପି. ସୁରେଶ କୁମାର ।

Comments are closed.