Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ‘ଗୋଲ୍ଡେନ୍ ବାବା’; ବାବାଙ୍କ ଆର୍ଥିକ ଦେଣନେଣ ତଦନ୍ତ କରିବ ଇଡ଼ି !

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ଗିରଫ ହୋଇଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କ ଆର୍ଥିକ ଦେଣନେଣ ସଂକ୍ରାନ୍ତୀୟ କାର୍ଯ୍ୟକଳାପର ଦଦନ୍ତ କରିବ ।

କମିଶନରେଟ ପୋଲିସ ୨୦୧୮ ଡ଼ିସେମ୍ବର ୩୧ରେ ଠକେଇ ଅଭିଯୋଗରେ ତାଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ କରିଥିଲା ।

ବଡ଼ ବଡ଼ ଫାଇନାନ୍ସ କମ୍ପାନୀ ଗୁଡ଼ିକରୁ ଅର୍ଥ ଆଣି ବିଭିନ୍ନ ମାଇନିଂ କମ୍ପାନୀକୁ ଅର୍ଥ ଯୋଗାଇଦେବାର ପରି ଠକେଇ ଅଭିଯୋଗ ରହିଛି ଗୋଲ୍ଡେନ୍ ବାବାଙ୍କ ନାମରେ । ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (ଇଓଡ଼ବ୍ଲ୍ୟୁ) ପୂର୍ବରୁ ତାଙ୍କର ନାମରେ ୧୨.୦୪ କୋଟି ଏବଂ ୪.୦୫ କୋଟି ଟଙ୍କାର ଠକେଇ ଅଭିଯୋଗର ତଦନ୍ତ କରୁଥିଲା । ସେ ୧୨ଟି ଚେକ୍ ମାଧ୍ୟମରେ ଏକ ମାଇନିଂ କମ୍ପାନୀକୁ ୧୧୦ କୋଟି ଟଙ୍କାର ଋଣ ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ୧୨.୦୪ ଟଙ୍କା ଆତ୍ମସାତ୍ କରିଥିବାର ଅଭିଯୋଗ ରହିଛି ।

ଇଓଡ଼ବ୍ଲ୍ୟୁ ଗୋଲ୍ଡେନ ବାବାଙ୍କ ବାସଭବନ ଉପରେ ଚଢଉ କରି ବିଭିନ୍ନ କାଗଜ ପତ୍ର ଜବତ କରିଥିଲା । ଠକେଇ ଅଭିଯୋଗରେ ଅଭିଯୁକ୍ତ ଏହି ଗୋଲ୍ଡେନ ବାବାଙ୍କ ୭ଟି ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୫୧ ଲକ୍ଷ ଟଙ୍କା ଥିବାର ଆକାଉଣ୍ଟ ଗୁଡ଼ିକୁ ଇଓଡ଼ବ୍ଲ୍ୟୁ ପକ୍ଷରୁ ବାଜ୍ୟାପ୍ତି କରାଯାଇଥିଲା ।

ଏକ ଲକରରୁ ପାଖାପାଖି ୪୦ ଲକ୍ଷ ଟଙ୍କା ମୂଲ୍ୟର ୧.୫ କେଜି ସୁନା ଜବତ କରାଯାଇଥିଲା । ସେ ୪ଟି ଲକଜ୍ୟୁରୀ କାର୍ ରଖିଥିବାର ପୋଲିସ ସୂତ୍ରରୁ ଜଣାପଡିଛି ।

ବିଭିନ୍ନ ପୋଲିସ ଷ୍ଟେସନରେ ଏହି ଗୋଲ୍ଡେନ ବାବାଙ୍କ ନାମରେ ପ୍ରାୟ ୧୯ଟି ଭିନ୍ନ ଭିନ୍ନ ମାମଲା ରହିଛି ।

Comments are closed.