ଭୁବନେଶ୍ବର : ନାଟଓ୍ବେଷ୍ଟ ଗ୍ରୁପ୍ ଆର୍ଥ ହିରୋଜ ଆଓ୍ବାର୍ଡସର ୧୧ତମ ସଂସ୍କରଣର ବିଜେତାଙ୍କ ନାମ ଘୋଷିତ ହୋଇଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର କଳାହାଣ୍ଡି ନର୍ଥ ଡିଭିଜନର ଡିଏଫଓ ନୀତୀଶ କୁମାରଙ୍କୁ ‘ଗ୍ରୀନ୍ ଓ୍ବାରିୟର’ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୧ ବର୍ଷର ବିଷୟବସ୍ତୁ ଥିଲା ଜୈବ ବିବିଧତା, ଏକ ସ୍ଥିର ପ୍ରକୃତି ହେଉଛି ମୂଳଦୁଆ । ଭର୍ଚ୍ଚୁଆଲ ସମ୍ମିଳନୀରେ ୮ ଜଣ ବିଜେତାଙ୍କୁ ପୁରସ୍କୃତ କରାଯାଇଛି ।
ସମାଜ ଓ ପ୍ରକୃତି ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଦେଶରେ ସମୃଦ୍ଧ ଜୈବ ବିବିଧତାର ସଂରକ୍ଷଣ ଓ ସୁରକ୍ଷା ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନର ଉଦ୍ୟମକୁ ସ୍ବୀକୃତି ପ୍ରଦାନ ଲାଗି ଏହି ପୁରସ୍କାର ହେଉଛି ଏକ ଜାତୀୟ ଅଭିଯାନ ।
ନୀତୀଶ କୁମାର ଜଣେ ସହକାରୀ ବନ ସଂରକ୍ଷକ ଭାବେ ୨୦୧୪ରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଚାକିରି ଜୀବନରେ ବନୀକରଣ, ଭିତ୍ତିଭୂମି ବିକାଶ, ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ପ୍ରଯୁକ୍ତିକୁ ପରିବର୍ତ୍ତନ କରିବା ଲାଗି ସେ ବେଶ ପରିଚିତ । କଳାହାଣ୍ଡି ନର୍ଥ ଡିଭିଜନର ବନ୍ୟଜନ୍ତୁ ବସତିରେ ଉନ୍ନତି ଆଣିବା ଲାଗି ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ସେ ମୃତ୍ତିକା ଓ ଆଦ୍ରତାର ସଂରକ୍ଷଣ ଉପରେ ସେ କାର୍ଯ୍ୟ କରିଥିଲେ । ୨୦୧୯ ବନ୍ୟଜନ୍ତୁ ସପ୍ତାହରେ ‘ଜଙ୍ଗଲୀକରଣ ଓ ବନ୍ୟଜନ୍ତୁ ପାଇଁ ଜିଆଇଏସ ଓ ଡ୍ରେନ୍ ପ୍ରଯୁକ୍ତି ବ୍ୟବହାର’ ଶୀର୍ଷକ ପ୍ରକାଶନୀ ଉନ୍ମୋଚନ ହୋଇଥିଲା । ଏବଂ ପରେ ଏହାକୁ ସ୍ପ୍ରିଞ୍ଜରକୁ ପଠାଯାଇଥିଲ ।
୨୦୧୧ ମସିହାରେ ପ୍ରତିଷ୍ଠା ହୋଇଥିବା ନାଟଓ୍ବେଷ୍ଟ ଗ୍ରୁପ୍ ଆର୍ଥ ହିରୋଜ୍ ଆଓ୍ବାର୍ଡ ୧୧ ବର୍ଷରେ ପାଦ ଦେଇଛି । ଭାରତ ସମୃଦ୍ଧ ଜୈବ ବିବିଧତାର ସୁରକ୍ଷା ଓ ସଂରକ୍ଷଣ ଲାଗି ବିଜେତାମାନଙ୍କୁ ଏହା ଏକ ଜାତୀୟ ପ୍ଲାଫର୍ମ ପ୍ରଦାନ କରୁଛି ।
Comments are closed.