Latest Odisha News

BREAKING NEWS

ଦଶପଲ୍ଲାରୁ ବାଘ ଓ ହରିଣ ଛାଲ ଜବତ, ୨ ଗିରଫ

ନୟାଗଡ: ଏସ୍‌ଟିଏଫ୍ ହାତରେ ଧରାପଡିଛନ୍ତି ୨ ବାଘ ଓ ହରିଣ ଛାଲ ବେପାରୀ । ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳରୁ ୨ଟି କଲରା ପତରିଆ ବାଛ ଛାଲ ଓ ହରିଣ ଛାଲ ଜବତ କରାଯାଇଛି । ଏହି ଘଟଣାରେ ଏସ୍‌ଟିଏଫ୍ ଦୁଇ ଜଣଙ୍କୁ ଗିରଫ କରିଛି ।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଗିରିପୁଜା ଜଙ୍ଗଲରେ ଚଢ଼ାଉ କରିଥିଲା। ଏଠାରେ ବାଘ ଓ ହରିଣ ଛାଲ ବିକ୍ରୟ ନେଇ ମୁଲଚାଲ ଚାଲିଥିବା ବେଳେ ଏସଟିଏଫ୍ ଚଢ଼ାଉ କରି ପ୍ରତାପ କୁମାର ନାୟକ ଓ କିଶୋର ଚନ୍ଦ୍ର ଦେହୁରୀ ନାମକ ଦୁଇ ବ୍ୟବସାୟୀଙ୍କୁ ଉଠାଇ ନେଇଥିଲା। ଉଭୟଙ୍କ ଘର ଦଶପଲ୍ଲା ଥାନା ଅଞ୍ଚଳରେ ।

ଏମାନଙ୍କ ନିକଟରୁ ଦୁଇଟି କଲରା ପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରାଯାଇଛି। ତେବେ ଏମାନେ କେଉଁଠୁ ଏହି ଛାଲ ଆଣିଥିଲେ ଓ କେଉଁଠାକୁ ଚାଲାଣ କରୁଥିଲେ, ସେ ସବୁର ଏସଟିଏଫ୍ ତଦନ୍ତ କରୁଛି।

Leave A Reply

Your email address will not be published.