Latest Odisha News

BREAKING NEWS

ଆଖି ବୁଜିଲା ୧୮ ବର୍ଷୀୟ ବାଘୁଣୀ ସାରା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ ‘ସାରା’ର ମୃତ୍ୟୁ । ୧୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ବାଘ ସାରା। ଏପ୍ରିଲ ୧୮, ୨୦୦୬ ମସିହାରେ ବାନ୍ଧବଗଡ଼ରୁ ନନ୍ଦନକାନନ ଆସିଥିଲା ‘ସାରା’ ।

ସୂଚନା ଅନୁଯାୟୀ, ଆଜି ଭୋର ୪ଟା ୪୨ ସମୟରେ ବାଘ ସଫାରୀରେ ୩୩ ନମ୍ବର ଖୁଆଡରେ ରହୁଥିବା ବାଘୁଣୀ ‘ସାରା’ର ମୃତ୍ୟୁ ହୋଇଥିଲା। ସାରା ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଇଥିବା ବେଳେ କିଛିଦିନ ହେବ ସେ ଠିକ୍ ଭାବରେ ଖାଦ୍ୟ ଖାଉ ନ ଥିଲା। ପ୍ରାଣୀ ଉଦ୍ୟାନ ଚିକିତ୍ସକଙ୍କ ଦ୍ୱାରା ‘ସାରା’ର ଚିକିତ୍ସା କରାଯାଉଥିଲା ।

ସୂଚନାଯୋଗ୍ୟ ଯେ, ପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ଭୋପାଳ ଚିଡିଆଖାନାରୁ ୨୦୦୬ରେ ବାଘୁଣୀ ‘ସାରା’ ନନ୍ଦନକାନନ ଆସିଥିଲା । ପ୍ରତି ବଦଳରେ ନନ୍ଦନକାନନରୁ ଗୋଟିଏ ଧଳାବାଘ ଦିଆଯାଇଥିଲା । ‘ସାରା’ର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି।

Leave A Reply

Your email address will not be published.