Latest Odisha News

BREAKING NEWS

ପଶ୍ଚିମବଙ୍ଗର ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ହେଲେ ଓଡିଶାର ନନ୍ଦିନୀ ସାହୁ

ଭୁବନେଶ୍ୱର: ପଶ୍ଚିମବଙ୍ଗର ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଓଡ଼ିଶାର ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍ ନନ୍ଦିନୀ ସାହୁ।

ସେ ଇଂରାଜୀ ସାହିତ୍ୟରେ ୩ଟି ଗୋଲ୍ଡ ମେଡାଲ ପାଇଥିବା ବେଳେ ୨୧ଟି ବହି ମଧ୍ଯ ଲେଖିଛନ୍ତି।

ସେ ବିଶ୍ବଭାରତୀର ପ୍ରଫେସର ନିରଞ୍ଜନ ମହାନ୍ତିଙ୍କ ଅଧୀନରେ ଇଂରାଜୀ ସାହିତ୍ୟରେ ଡକ୍ଟରେଟ କରିଥିଲେ।

ଏହା ପୂର୍ବରୁ ସେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟର ‘ସ୍କୁଲ୍ ଅଫ୍ ଫରେନ୍ ଲାଙ୍ଗୁଏଜେସ୍’ର ନିର୍ଦ୍ଦେଶିକା ଥିଲେ। ସେ ମଧ୍ୟ ଇଗ୍‌ନୁ ବିଶ୍ବବିଦ୍ୟାଳୟରେ ଇଂରାଜୀ ପ୍ରଫେସର ଥିଲେ।

 

 

Comments are closed.