Latest Odisha News

ସବୁ ଚର୍ଚ୍ଚା ଉପରେ ବିରାମ, ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ସବୁ କଲ୍ପନା ଜଲ୍ପନା ଉପରେ ଲାଗିଲା ବିରାମ  । ଇତିହାସ ରଚିଲା ବିଜେପି । ୨୪ ବର୍ଷ ପରେ ଓଡିଶାକୁ ଦେଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ବିଜେପି । ଆସନ୍ତା କାଲି ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ ମାଝୀ। ଏବେଠୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝୀ।

ଆଜି ବିଜେପି ବିଧାୟକ ବୈଠକ ନେଇଛି ବଡ ନିଷ୍ପତ୍ତି  । ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ମୋହନ ମାଝୀଙ୍କ ନାଁରେ ଲାଗିଛି ମୋହର । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ।  ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛନ୍ତି । ଆସନ୍ତାକାଲି ଜନତା ମଇଦାନରେ ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ ମାଝୀ ।  ଏହା ସହିତ କେଭି ସିଂ ଦେଓ ଏବଂ ପ୍ରଭାତୀ ପରିଡାଙ୍କୁ  ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି ରାଜନାଥ ସିଂ ।

ତେବେ ୫୨ ବର୍ଷୀୟ ମୋହନ ମାଝୀ ନିଜର ରାଜନୀତିକ ଜୀବନରେ ସବୁବେଳେ ସର୍ବାଙ୍ଗୀନ ସ୍ବାର୍ଥରେ ସ୍ବର ଉତ୍ତଳନ କରି ଆସିଛନ୍ତି । ବିରୋଧୀ ଦଳରେ ଥିବା ବେଳେ ଶାସକ ବିଜେଡି ଉପରେ ଅନେକ ପ୍ରଶ୍ନ ନେଇ ବର୍ଷିଛନ୍ତି ମୋହନ । ଆଉ ଆସନ୍ତା କାଲି ଶପଥ ଗ୍ରହଣ କରି ନିଜେ ଓଡିଶାକୁ ଶାସନ କରିବାକୁ ଯାଉଛନ୍ତି ମୋହନ ମାଝୀ । ୪ ଥର କେନ୍ଦୁଝରରୁ ବିଧାୟକ ହୋଇଥିବା ମୋହନ ମାଝୀ ଚଳିତ ନିର୍ବାଚନରେ ବିଜେପି ଦଳ ଉପମୁଖ୍ୟ ସଚେତକ ମଧ୍ୟ ରହିଥିଲେ ।

ଜଣେ ଆଦିବାସୀ ଚେହେରା ଭାବରେ ଓଡିଶା ରାଜନୀତିରେ ବେଶ୍ ଆଦୃତ ମୋହନ । ସରସ୍ବତୀ ଶିଶୁ ମନ୍ଦିରରେ ଜଣେ ସାଧାରଣ ଗୁରୁଜୀ ଭାବରେ ଜୀବନ ଆରମ୍ଭ କରିଥିଲେ ମୋହନ । ପରେ ସରପଞ୍ଚ ଓ ଓ୍ବାର୍ଡମେମ୍ବର ଭାବରେ ମଧ୍ୟ ଲୋକଙ୍କ ପାଇଁ କାମ କରିଥିଲେ । ଆଉ ଆଜି ବିଧାୟକ ଦଳର ନିଷ୍ପତ୍ତି ଅନୁସାରେ ମୋହନଙ୍କ ନାଁରେ ମୁଖ୍ୟମନ୍ତ୍ରୀ ମୋହର ମରାଯାଇଛି ।

୨୦୦୦ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ  ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୧,୪୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୨ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୦୪ ରେ ବି ବିଜେପି ପ୍ରାର୍ଥୀ ଭାବେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ପରେ ୨୦୦୯ ଓ ୨୦୧୯ ମସିହାରେ ବିଧାନସଭା ନିର୍ବାଚନରେ ସେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ତମ, ୧୩ତମ ଓ ୧୬ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏଥର ମଧ୍ୟ ଅର୍ଥାତ୍ ୨୦୨୪ରେ ବି ସେ କେନ୍ଦୁଝରୁ ବିଜେପି ବିଧାୟକ ଭାବେ ନବନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.