Latest Odisha News

BREAKING NEWS

ଲିମକା ବୁକ ରେକର୍ଡରେ ପୁଣି ନାମ ଦରଜ କଲେ ପେପରମ୍ୟାନ୍ ଶଶାଙ୍କ

ଭୁବନେଶ୍ୱର: ଓଡ଼ିଶାର ପେପରମ୍ୟାନ ଭାବେ ପରିଚିତ ଶଶାଙ୍କ ଶେଖର ଦାସ ପୁଣି ଥରେ ‘ଲିମକା ବୁକ୍ ଅଫ ରେକର୍ଡ’ରେ ନିଜ ନାମ ଦରଜ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ।

ଏହି ସଫଳତା ସମ୍ପର୍କରେ ଲିମକା ରେକଡର଼୍ ସଂସ୍ଥା ପକ୍ଷରୁ ଇ-ମେଲ୍ ଯୋଗେ ଶଶାଙ୍କ ସୂଚନା ପାଇଛନ୍ତି । ସେ ଅଧିକ ବିଦେଶୀ ଖବରକାଗଜ ସଂଗ୍ରହ କରିପାରି ଏହି ରେକର୍ଡ କରିଛନ୍ତି । ତାଙ୍କ ନାମ ଲିମକା ବୁକ୍ ଅଫ ରେକର୍ଡରେ ଆସନ୍ତା ୨୦୨୦ରେ ପ୍ରକାଶିତ ହେବ ବୋଲି ଏହାର ଏଡ଼ିଟୋରିଆଲ୍ ଏକଜୁ୍ୟକୁଟିଭ୍ ଟ୍ରେସା ବେଞ୍ଜାମିନ ଜଣାଇଛନ୍ତି ।

ଶଶାଙ୍କ ଏହାପୂର୍ବରୁ ୨୦୧୩ ଏବଂ ୨୦୧୯ ମସିହାରେ ନିଜ ନାମ ଲିମକା ବୁକରେ ଦରଜ କରିଥିଲେ । ତାଙ୍କ ନାମରେ ଦୁଇଟି ରେକଡର଼୍ ରହିଛି । ଗୋଟିଏ ଦିନରେ ସେ ସର୍ବାଧିକ ଖବରକାଗଜ ସଂଗ୍ରହ କରିଛନ୍ତି ଏବଂ ସେ ମଧ୍ୟ ସର୍ବାଧିକ ଭାରତୀୟ ଖବରକାଗଜ ସଂଗ୍ରହ କରି ରେକଡର଼୍ କରିଛନ୍ତି ।

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ନିଜ ଗ୍ରାମ ଅରଙ୍ଗାବାଦଠାରେ ସେ ‘ଦୋଳଗୋବିନ୍ଦ ଖବରକାଗଜ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର’ ନାମରେ ଏକ ମୁ୍ୟଜିୟମ ପ୍ରତିÂା କରିଛନ୍ତି । “ଏହି ରେକଡର଼୍ ମୋତେ ଆହୁରି ଅଧିକ ପ୍ରେରଣା ଯୋଗାଇଦେବ,” ବୋଲି ଏହି ସଫଳତାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଶଶାଙ୍କ ।

ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଶିକ୍ଷକ । ଶଶାଙ୍କଙ୍କ ଏହି ସଫଳତା ସମ୍ପର୍କରେ ଜାଣି ସେ ଖୁବ୍ ଆନନ୍ଦିତ ବୋଲି କହିଛନ୍ତି । ରାଜ୍ୟ ସରକାର ଏକ ଖବରକାଗଜ ସଂଗ୍ରହାଳୟ ପ୍ରତିÂା କରିବେ ବୋଲି ସେ ଆଶା ପୋଷଣ କରିଛନ୍ତି ।

ଶଶାଙ୍କ ୨୦୦୧ ମସିହାରୁ ଖବରକାଗଜ ସଂଗ୍ରହ କରିବା ଆରମ୍ଭ କରିଥିଲେ । ନିକଟରେ ସେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ତାଙ୍କ ସଂଗୃହିତ ଅନେକ ବିରଳ ପୁରୁଣା ଖବରକାଗଜ ପ୍ରଦର୍ଶନ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ପେପରମ୍ୟାନ ଶଶାଙ୍କ ଏପର୍ଯ୍ୟନ୍ତ ୧୦୬ଟି ଦେଶର ୯୧ଟି ଭିନ୍ନ ଭିନ୍ନ ଭାଷାର ୪୪୧୪ଟି ଖବରକାଗଜ ସଂଗ୍ରହ କରିପାରିଛନ୍ତି ।

“ଗିନିଜ ବୁକ୍ ଅଫ ୱାର୍ଲଡ଼ ରେକଡର଼୍ସରେ ମୋ ନାମ ନିଶ୍ଚିତ ଦରଜ ହେବ,” ବୋଲି କହିଛନ୍ତି ଶଶାଙ୍କ ।

Leave A Reply

Your email address will not be published.