କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବହୁ ପ୍ରତିକ୍ଷୀତ ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶିତ ହୋଇଛି । ଏହି ପରୀକ୍ଷାଫଳ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍ bseodisha.ac.in ରେ ପ୍ରକାଶିତ ହୋଇଛି । ଓଡ଼ିଶାର ଯେକୌଣସି ସରକାରୀ ବିଦ୍ୟାଳୟ ମାନଙ୍କରେ ଯୋଗଦାନ କରିବାକୁ ହେଲେ ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆବଶ୍ୟକ ।
ୱେବସାଇଟରେ କିପରି ଦେଖିବେ ପରୀକ୍ଷାଫଳ:![]()
• ବିଏସଇ ଓଡ଼ିଶାର ଅଫିସିଆଲ ୱେବସାଇଟ bseodisha.ac.in ଖୋଲନ୍ତୁ
• ହୋମପେଜରେ ଲାଟେଷ୍ଟ କ୍ଲିକ୍ କରନ୍ତୁ
• ଲେଖାଥିବା ରେଜଲ୍ଟ ଅଫ ଓଟିଇଟି ୨୦୧୯ ଉପରେ କ୍ଲିକ କରନ୍ତୁ
• ଏଠାରେ ପ୍ରାର୍ଥୀମାନେ ସେମାନଙ୍କର ଲଗଇନ୍ ସମ୍ପର୍କୀତ ବିବରଣୀ ପାଇବେ
• ଲଗଇନ୍ କରନ୍ତୁ
• ଏବେ ସ୍କ୍ରିନରେ ପରୀକ୍ଷା ଫଳ ପାଇପାରିବେ
ଏହି ଓଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ୬୦ ପ୍ରତିଶତ ମାର୍କ ରଖିବାକୁ ପଡ଼ିଥାଏ । ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥାଆନ୍ତି ସେମାନେ ୧ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସମସ୍ତ ସରକାରୀ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ପଦବୀ ଲାଗି ଆବେଦନ କରିପାରିବେ ।