Latest Odisha News

BREAKING NEWS

ସକ୍ରିୟ ୮୩ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କ ପାଖରେ ରହିଛି କରୋନା ଲକ୍ଷଣ: ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ଭଲ ଅଛି । ପ୍ରତି ୨୫୦ଟି ପରୀକ୍ଷା କଲେ ଗୋଟିଏ ପଜିଟିଭ ବାହାରୁଛି । ଯାହା ଓଡିଶା ପାଇଁ ଆଶ୍ୱସ୍ତିକ ଖବର । ତେବେ ରାଜ୍ୟରେ ବର୍ତ୍ତମାନ ସକ୍ରିୟ ଥିବା ୮୩ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଲକ୍ଷଣ ଦେଖାଦେଉଛି । ମାତ୍ର ଅନ୍ୟ ମାନଙ୍କର କୌଣସି ଲକ୍ଷଣ ଦେଖାଯାଉନି । ତେଣୁ ବିନା ଲକ୍ଷଣର ଲୋକ ଆପଣଙ୍କୁ ସଂକ୍ରମିତ କରିପାରନ୍ତି । ତେଣୁ ଆମେ ଲକ୍ଷଣ ଓ ବିନା ଲକ୍ଷଣର ଲୋକଙ୍କୁ ପରୀକ୍ଷା କରୁଛୁ ।
ସରକାର ସତର୍କ ଅଛନ୍ତି, ସଠିକ ସ୍ଥାନରେ ସଠିକ ଲୋକଙ୍କ ପରୀକ୍ଷା କରୁଛନ୍ତି । ଓଡିଶାରେ ଆଗକୁ ଅଧିକ ପରୀକ୍ଷା କରିବା ଲକ୍ଷ୍ୟ ରକ୍ଷା ଯାଇଛି । ଆମକୁ ସରକାରଙ୍କ ନିୟମ ମାନିବାକୁ ପଡିବ । ସତର୍କ ହେବା ସହ ଦୂରତା ବଜାୟ ରଖି ପରିସ୍ଥିତିର ମୁକାବିଲା କରିବାକୁ ପଡିବ ବୋଲି ଶାଳିନୀ ପଣ୍ଡିତ କହିଛନ୍ତି ।

Leave A Reply

Your email address will not be published.