Latest Odisha News

କଟକଣା ମାନି ରଥଯାତ୍ରା କରିବାକୁ ଶଙ୍କରାଚାର୍ଯ୍ୟ ଓ ଦଇତାପତି ନିଯୋଗର ଆଲୋଚନା

ପୁରୀ : ଜୁନ ୨୩ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଲକ୍‌ଡାଉନ କଟକଣା ସତ୍ତତ୍ତ୍ୱ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରା କିଭଳି ପୂର୍ବ ପରାମ୍ପରା ଅନୁସାରେ ହୋଇପାରିବ ସେନେଇ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଦଇତାପତି ନିଯୋଗଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ମହାପ୍ରଭୁଙ୍କ ପରମ୍ପରା ବନ୍ଦ ନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ସେପଟେ ଶଙ୍କରାଚାର୍ଯ୍ୟ କହିଥିଲେ ଯେ କିଭଳି ଶ୍ରୀଜୀଉଙ୍କ ରଥଯାତ୍ରା ହୋଇପାରିବ ସେ ନେଇ ବିକଳ୍ପ ଚିନ୍ତା କରାଯିବ । ଆସନ୍ତା ମେ ୩ ତାରିଖରେ ଲକଡାଉନ ଅବଧି ଶେଷ ହେଲେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ଦଇତାପତି ନିଯୋଗ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ଏକ ଚିଠିରେ ଉଲ୍ଲେଖ ରହିଛି ଯେ ୧୮୫୭ ସିପାହୀ ବିଦ୍ରୋହ, ୧୮୬୬ ରେ ନଅଙ୍କ ଦୁର୍ଭିକ୍ଷ, ୧୯୧୮ ମହାମାରୀ ସମୟରେ ରଥଯାତ୍ରାକୁ ବନ୍ଦ ହୋଇନି । ତେଣୁ ଏହି କରୋନା ମହାମାରୀ ସମୟରେ ଲକଡାଉନ ଗାଇଡଲାଇନ ମାନି ରଥଯାତ୍ରା ଅନୁଷ୍ଠିତ ହେଉ ।

ଦଇତାପତି ନିଯୋଗର ସମ୍ପାଦକ ଦୁର୍ଗା ଦାସମହାପାତ୍ର କହିଛନ୍ତି ଯେ, ‘ରଥଯାତ୍ରା ବେଳେ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଉ । ରଥଯାତ୍ରା ହିନ୍ଦୁଙ୍କ ଭାବାବେଗ ସହ ଜଡିତ ଥିବାରୁ ଏହାର ରୀତିନୀତି ଯଥାସାଧ୍ୟ ପାଳନ କରାଯାଉ । ପ୍ରଶାସନ ପକ୍ଷରୁ ରଥଯାତ୍ରା କାମ ପାଇଁ ନିୟୋଜିତ ଦଇତାପତି ସେବାୟତଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଉ । ଶ୍ରଦ୍ଧାଳୁମାନେ ପୁରୀ ନ ଆସି ଘରେ ଟିଭିରେ ରଥ ଯାତ୍ରା ଦେଖିଲେ ଭିଡ ଯଥାସମ୍ଭବ ନିୟନ୍ତ୍ରଣରେ ରହିପାରିବ । ’

Leave A Reply

Your email address will not be published.