Latest Odisha News

BREAKING NEWS

ପ୍ରତାପ ଜେନାଙ୍କୁ ମିଳିଲା ଭାରତର ‘ଶ୍ରେଷ୍ଠ ମନ୍ତ୍ରୀ’ ପୁରସ୍କାର

ଭୁବନେଶ୍ୱର: ପାଞ୍ଚଥର ବିଧାୟକ ଥିବା ତଥା ଓଡ଼ିଶାର ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ୨୦୧୯ ବର୍ଷ ଲାଗି ଭାରତର ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ମିଳିଛି ।

ଏହି ପୁରସ୍କାର ହାସଲ କରି ଓଡ଼ିଶାକୁ ଗୌରବାନ୍ୱିତ କରିଥିବା ମନ୍ତ୍ରୀ ଶ୍ରୀ ଜେନା ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଏସିଆ ପୋଷ୍ଟ ମ୍ୟାଗାଜିନ ଏବଂ ଫେମ୍ ଇଣ୍ଡିଆ ମ୍ୟାଗାଜିନ ପକ୍ଷରୁ ଦେଶର ବଛା ବଛା ୨୧ ଜଣ ମନ୍ତ୍ରୀଙ୍କୁ ବିଭିନ୍ନ କ୍ୟାଟେଗୋରୀ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଦୁର୍ନୀତି ରହିତ ହୋଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଏହି ମନ୍ତ୍ରୀମାନଙ୍କର କାର୍ଯ୍ୟକୁ ଗ୍ରହଣ କରାଯାଇ ଯୋଗ୍ୟ ବିବେଚିତ କରାଯାଇଥିଲା ।

ଏହି ପୁରସ୍କାର ପାଇବା ପରେ ଗଣମାଧ୍ୟମରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଏହି ପୁରସ୍କାର ହାସଲ ଲାଗି ତଥା ମୋ ଉପରେ ବିଶ୍ୱାସ ପ୍ରକଟ କରିଥିବା ଯୋଗୁଁ ମୁଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ୍ୁ ତଥା ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।

Leave A Reply

Your email address will not be published.