Latest Odisha News

ଓଡ଼ିଆ ଝିଅ ପ୍ରତିଭା ମହାପାତ୍ର ହେଲେ ଆଡୋବ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶିକା

ନୂଆଦିଲ୍ଲୀ: ଟେକ୍ନୋଲୋଜି ଇଣ୍ଡଷ୍ଟ୍ରିର ଟପ୍ ପୋଜିସନରେ ଓଡ଼ିଆ ଜିଅ । ଆଡୋବ୍ ଇଣ୍ଡିଆର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଦର ଜଣେ ଓଡ଼ିଆ ଝିଅଙ୍କୁ ନିଯୁକ୍ତି ମିଳିଛି । ତାଙ୍କ ନାଁ ପ୍ରତିଭା ମହାପାତ୍ର । ଆଡୋବ୍ ଇଣ୍ଡିଆର ଏମଡି ହେବାରେ ସେ ପ୍ରଥମ ମହିଳା ହୋଇଛନ୍ତି । ଏହାପୂର୍ବରୁ ପ୍ରତିଭା ଆଇବିଏମରେ କାମ କରୁଥିଲେ ।

ଆମେରିକାର ସାନ୍ ଜୋସ୍ ସ୍ଥିତ ଆଡୋବ୍ କମ୍ପାନୀର ଭାରତରେ ଥିବା ତିନିଟି ବିଜନେସ୍ ୟୁନିଟକୁ ସମ୍ଭାଳିବେ ପ୍ରତିଭା । ସେ ଆଡୋବ୍ ଏକ୍ସପେରିଏନ୍ସ କ୍ଲାଉଡ୍, ଆଡୋବ୍ କ୍ରିଏଟିଭ୍ କ୍ଲାଉଡ୍ ଓ ଆଡୋବ୍ ଡକ୍ୟୁମେଣ୍ଟ କ୍ଲାଉଡ୍ ଦାୟିତ୍ୱରେ ରହିବେ ।

ଟେକ୍ନୋଲୋଜି ଦୁନିଆରେ ପ୍ରତିଭାଙ୍କର ୨୫ ବର୍ଷର ଅଭିଜ୍ଞତା ରହିଛି । ସେ ଆଇବିଏମ୍ ଡିଜିଟାଲ୍ ସେଲ୍ସର ଉପାଧ୍ୟକ୍ଷା ଥିଲେ । ତାପୂର୍ବରୁ ଆଇବିଏମ୍ ଇଣ୍ଡିଆ ଓ ସାଉଥ୍ ଏସିଆ ପାଇଁ ସେଲ୍ସ ହେଡ୍ ଥିଲେ ପ୍ରତିଭା ମହାପାତ୍ର ।

ପ୍ରତିଭା ମହାପାତ୍ର ୧୯୯୨ ମସିହାରେ ଏନଆଇଟି ରାଉରକେଲାରେ ପାଠ ପଢ଼ିଥିଲେ । ସେ କମ୍ପ୍ୟୁଟର ସାଇନ୍ସ ଏଣ୍ଡ ଇଞ୍ଜିନିୟରିଂରେ ଏନଆଇଟି ରାଉରକେଲାରୁ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ଭୁବନେଶ୍ୱର ଜାଭିୟର ଇନିଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ମ୍ୟାନେଜମେଣ୍ଟରେ ସ୍ନାତ୍ତକୋତ୍ତର ଶେଷ କରିଥିଲେ ପ୍ରତିଭା ମହାପାତ୍ର ।

Leave A Reply

Your email address will not be published.