Latest Odisha News

BREAKING NEWS

ଏସିଏଫ୍ ସୌମ୍ୟଙ୍କୁ ନ୍ୟାୟ ଦାବି, ଖଇରାରେ ୬ ଘଣ୍ଟିଆ ବନ୍ଦ ପାଳନ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୫୭ ଦିନ ବିତିଲାଣି । ତଥାପି ଜଣା ପଡ଼ିଲା ନାହିଁ କେମିତି ସେ ପୋଡ଼ି ହେଲେ ? ମୃତ୍ୟୁ ରହସ୍ୟକୁ ଏଯାଏ ଗଜପତି ପୋଲିସ କି କ୍ରାଇମବ୍ରାଞ୍ଚ କେହି ଭେଦି ପାରିଲେ ନାହିଁ । ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ତାଙ୍କ ପୈତୃକ ଗାଁ ବାଲେଶ୍ୱର ଜିଲ୍ଲା ଖଇରାରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛି ନାଗରିକ ମଞ୍ଚ ।

ନାଗରିକ ମଞ୍ଚର ବନ୍ଦ ଡାକରାରେ ସକାଳ ୬ଟାରୁ ଦିନ ୧୨ଟା ଯାଏ ବନ୍ଦ ପାଳନ କରାଯାଉଛି । ବନ୍ଦ ରହିଛି ଦୋକାନ ବଜାର । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି । ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି ।

ତଦନ୍ତର ଶିଥିଳତା ନେଇ ପ୍ରଶ୍ନ ଉଠାଇଛି ନାଗରିକ ମଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତରୁ ବି ଏଯାଏ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ । ସୌମ୍ୟଙ୍କ ମୃତ୍ୟୁର ପାଖାପାଖି ଦୁଇ ମାସ ଭିତରେ ଗଜପତି ଡିଏଫଓ, ବିଦ୍ୟାଭାରତୀ ଓ କୌଣସି କାର୍ୟ୍ୟାନୁଷ୍ଠାନ ହୋଇନି ।

ସୌମ୍ୟ ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦିଗରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନହେଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ନାଗରିକ ମଞ୍ଚ ଚେତେଇ ଦେଇଛି । ଜୁଲାଇ ୧୨ ତାରିଖରେ ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା । ତାପରଦିନ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କପ ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.