Latest Odisha News

BREAKING NEWS

ରାଜ୍ୟ ସଭାରେ କୃଷି ବିଲକୁ ବିଜେଡିର ବିରୋଧ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେବା ପରେ କୃଷି ବିଲକୁ ରବିବାର ଦିନ ରାଜ୍ୟ ସଭାରେ ଆଗତ କରିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଯାହାକୁ ବିଭିନ୍ନ ଦଳ ସହ ବିଜେଡି ମଧ୍ୟ ବିରୋଧ କରିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଏହି କୃଷି ବିଲ ଉପରେ ରାଜ୍ୟସଭାରେ ଆଲୋଚନା ବେଳେ ବିଜେଡି ସାଂସଦ ଅମର ପଟ୍ଟନାୟକ ବିରୋଧ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ ବିଲ୍ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ବ୍ୟବସ୍ଥା ନାହିଁ । କୃଷି ବିଲ୍ ଉପରେ ତର୍ଜମା କରିବା ସହ ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି ମଧ୍ୟ କରିଥିଲେ।

ସୂଚନାଯୋଗ୍ୟ, କୃଷି ବିଲ ଉପରେ ହେବାକୁ ଥିବା ଡିବେଟ୍ ସମୟରେ ବିଜେଡିର ରାଜ୍ୟସଭା ସଦସ୍ୟ ମାନେ ଉପସ୍ଥିତ ରହିବା ପାଇଁ ଗତ ଶନିବାର ଦିନ ବିଜୁ ଜନତା ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଥିଲା । ଆହୁରି ମଧ୍ୟ ଏହି ସମୟରେ ଗୃହରେ ସମସ୍ତ ଦଳୀୟ ସଦସ୍ୟ ମାନେ ସକ୍ରିୟ ଭାବେ ଉପସ୍ଥିତ ରହିବା ଲାଗି ଥ୍ରୀ-ଲାଇନ୍ ହ୍ୱିପ୍ ଜାରି କରାଯାଇଥିବା ନେଇ କହିଥିଲେ ସସ୍ମିତ ପାତ୍ର ।

Leave A Reply

Your email address will not be published.