Latest Odisha News

BREAKING NEWS

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଆଜି ସିବିଆଇକୁ ଭେଟିପାରନ୍ତି ଏମ୍ସ ଫରେନସିକ୍ ଟିମ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରବିବାର ଦିନ ସିବିଆଇର ସ୍ପେଶାଲ୍ ଯାଞ୍ଚ ଟିମକୁ ଭେଟିପାରନ୍ତି ଏମ୍ସ ଫରେନସିକ୍ ଟିମ୍ । ଯେଉଁମାନେକି ମୁମ୍ବାଇରେ ସୁଶାନ୍ତଙ୍କ ଅଟୋପସି ଫାଇଲର ଯାଞ୍ଚ କରୁଥିଲେ ।

ଡ. ସୁଧିର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ଫରେନସିକ୍ ଟିମ୍ ବିଷକ୍ରିୟା ନେଇ ସୁଶାନ୍ତଙ୍କ ଭିସେରା ଟେଷ୍ଟକୁ ଚେକ୍ କରିଛନ୍ତି । ଏହି ମାମଲା ନ୍ୟାୟିକ ବିଚାରରେ ଥିବା ଯୋଗୁଁ ଏହାକୁ ସାର୍ବଜନୀନ କରାଯିବ ନାହିଁ ବୋଲି ସୁତ୍ରରୁ ପ୍ରକାଶ ।

ଅଧିକ ପଢନ୍ତୁ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ରିୟା, ଡ୍ରଗ୍ସ ଓ ଡ୍ରାକ୍ ନେଟ୍ ଲିଙ୍କ

ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୮ ତାରିଖରେ ମୁମ୍ବାଇରେ ଦିଶା ସାଲିଏନଙ୍କ ମୃତ୍ୟୁ ଘଟିଥିଲା । ଯାହା ପରେ ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ ।

ତେବେ ଦିଶାଙ୍କ ମୃତ୍ୟୁ ଘଟଣା ସହ ସୁଶାନ୍ତଙ୍କ ମୃତ୍ୟୁର କିଛି ଲିଙ୍କ ରହିଛି ବୋଲି ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି ।

Leave A Reply

Your email address will not be published.