Latest Odisha News

ଜାତୀୟ ଆକ୍ୱାଟିକ ଚାମ୍ପିଅନସିପରେ ସୃଷ୍ଟି ଉପାଧ୍ୟାୟଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ୭୮ତମ ଜାତୀୟ ଆକ୍ୱାଟିକ ଚାମ୍ପିଅନସିପରେ ମଙ୍ଗଳବାର ଦିନ ଓଡ଼ିଶାର ସୃଷ୍ଟି ଉପାଧ୍ୟାୟ ନିଜର ଦ୍ୱିତୀୟ ପଦକ ଜିତିଛନ୍ତି।

କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ କେନ୍ଦ୍ରରେ ଅନୁଷ୍ଠିତ ମହିଳା ୨୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ୨୩ ବର୍ଷୀୟା ଏହି ଖେଳାଳି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ତାଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରିଛନ୍ତି।

ତେବେ ପୂର୍ବରୁ ୧୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ସୃଷ୍ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ।

 

Comments are closed.