Latest Odisha News

BREAKING NEWS

ସୋଆର ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ ପୂର୍ବାଞ୍ଚଳରେ ପ୍ରଥମ: ଟାଇମ୍ସ ହେଲ୍‌ଥ ସର୍ଭେ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍
ଡେଣ୍ଟାଲ୍ ସାଇନ୍ସ (ଆଇଡିଏସ୍‌) ଶନିବାର ପ୍ରକାଶିତ ଟାଇମସ ହେଲ୍‌ଥ ସର୍ଭେରେ କ୍ରମାଗତ ଭାବେ ପୂର୍ବାଞ୍ଚଳରେ ଏକ ନମ୍ବର ଦନ୍ତ ଚିକିତ୍ସା କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଭାବେ ନିଜର ସ୍ଥାନ ବଜାୟ ରଖିଛି ।

ପ୍ରକାଶିତ ତଥ୍ୟ ଅନୁଯାୟୀ ଦନ୍ତ ଚିକିତ୍ସା କ୍ଷେତ୍ରରେ ସାରା ଦେଶରେ ନବମ ସ୍ଥାନରେ ରହିଛି ଆଇଡିଏସ୍ ।

୨୦୧୮ ସର୍ଭେ ଅନୁଯାୟୀ ଦେଶର ୧୩ ନମ୍ବର ସ୍ଥାନରେ ଆଇଡିଏସ୍ ରହିଥିଲା । ଏଥିସହିତ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଚାରୋଟି ବିଭାଗ ଭୁବନେଶ୍ୱରରେ ଏକ ନମ୍ବର ସ୍ଥାନରେ ରହିଛି ।

ସେହି ବିଭାଗ ଗୁଡ଼ିକ ମଧ୍ୟରେ ରହିଛି ଡର୍ମାଟୋଲୋଜି, ଡାଇବେଟୋଲୋଜି, କସ୍‌ମେଟିକ୍ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀ ଏବଂ ଟ୍ରାଇକୋଲୋଜି ।

ଉକ୍ତ ସର୍ଭେ ଅନୁଯାୟୀ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଓପଥାଲମୋଲୋଜି ବିଭାଗ ପୂର୍ବବର୍ଷ ପୂର୍ବାଞ୍ଚଳରେ ଅଷ୍ଟମ ସ୍ଥାନରେ ଥିବାସ୍ଥଳେ ଏଥର ତୃତୀୟ ର‌୍ୟାଙ୍କରେ ପହଞ୍ଚିଛି । ସେହିପରି ଏହି ବିଭାଗ ଭୁବନେଶ୍ୱରରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମ ଥର ପାଇଁ ସାରା ଦେଶରେ ୨୦ତମ ସ୍ଥାନ ଅଧିକାର କରିଛି ।

ସର୍ଭେ ଅନୁଯାୟୀ ସମ୍ ହସ୍ପିଟାଲର ଅର୍ଥୋପେଡିକସ ବିଭାଗ ପୂର୍ବ ବର୍ଷ ପୂର୍ବାଞ୍ଚଳରେ ସପ୍ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ପଞ୍ଚମ ସ୍ଥାନ ହାସଲ କରିଛି । ସେହିପରି ଡାଇବେଟୋଲୋଜି ଏବଂ କସମେଟିକ୍ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଗତ ବର୍ଷ ସର୍ଭେ ଅପେକ୍ଷା ଗୋଟିଏ ର‌୍ୟାଙ୍କ ଉପରକୁ ଆସି ପୂର୍ବାଞ୍ଚଳରେ ଷଷ୍ଠ ସ୍ଥାନ ହାସଲ କରିଛି ।

ଡର୍ମାଟୋଲୋଜି ବିଭାଗ ଦୁଇଟି ର‌୍ୟାଙ୍କ ଆଗକୁ ଆସି ଅଷ୍ଟମ ସ୍ଥାନ ହାସଲ କରିଥିବା ବେଳେ ଟ୍ରାଇକୋଲୋଜି ବିଭାଗ ଗତବର୍ଷ ଚତୁର୍ଥ ସ୍ଥାନରେ ଥିବା ବେଳେ ଏଥର ପୂର୍ବାଞ୍ଚଳରେ ତୃତୀୟ ସ୍ଥାନ ହାସଲ କରିଛି । ସେହିପରି ବାରିଆଟ୍ରିକ୍ସ ବିଭାଗ ଭୁବନେଶ୍ୱରରେ ତୃତୀୟ ସ୍ଥାନ ବଜାୟ ରଖିଛି ।

Leave A Reply

Your email address will not be published.