Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ସଡକ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସଡକ ସୁରକ୍ଷା ତଥା ଟ୍ରାଫିକ୍ ନିୟମ ସମ୍ପର୍କରେ ଘରେ ଘରେ ସମସ୍ତଙ୍କୁ ଜାଗ୍ରୁତ କରିବା ଲାଗି ଶୁକ୍ରବାର ଦିନ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଟ୍ୱିନସିଟିର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପରେ ଶ୍ରୀ ଷଡଙ୍ଗି ଏନେଇ ସଚେତନତା ବାର୍ତ୍ତା ଦେବା ସହ “ ଆଇନ କାନୁନର ଉଲଘଂନ ଦ୍ୱାରା ଦେଶର ବିକାଶ ଧୀର ହେଉଛି” ବୋଲି କହିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, “ଆଇନ କାନୁନ ବ୍ୟବସ୍ଥା ଆମ ସମାଜକୁ ଏକ ଉନ୍ନତ ତଥା ଭଲ ସ୍ଥାନ ପ୍ରଦାନ କରିଥାଏ” ।

ଏହାବ୍ୟତିତ ଡିସିପି (ଟ୍ରାଫିକ୍‌) ସାଗରିକା ନାଥ ମଧ୍ୟ ସୁରକ୍ଷିତ ଡ୍ରାଇଭିଂ ସମ୍ପର୍କରେ ପିଲାମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଛାତ୍ରଛାତ୍ରୀମାନଙ୍କୁ କିଛି ସାଧାରଣ ଟ୍ରାଫିକ୍ ନିୟମ ସମ୍ପର୍କରେ କହିଥିଲେ ।

ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ଗ୍ରୁପର ସଂସ୍ଥାପକ ଓ ମେଣ୍ଟର ଡ. ବିଜୟ କୁମାର ସାହୁ ଏହି ଅବସରରେ କହିଛନ୍ତି, ଯାତାୟାତ ଓ ସଡକ ସୁରକ୍ଷା ଲାଗି ବ୍ୟକ୍ତି ତଥା ପରିବାର ବର୍ଗଙ୍କ ମଧ୍ୟରେ ସମୂର୍ଣ୍ଣ ସଚେତନତାର ଆବଶ୍ୟକତା ରହିଛି ।

ଏହି ଅବସରରେ ସଂଯୋଗ ସହ ମିଶି ଷ୍ଟ୍ରିଟ୍ ଥିଏଟର୍ ଆକ୍ସନ ଗ୍ରୁପ (ଏସଟିଏଜି)ର କଳାକାର ମାନଙ୍କ ଦ୍ୱାରା ଯାତାୟାତ ସଚେତନତା ଉପରେ ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.