Latest Odisha News

BREAKING NEWS

ରାଉରକେଲାର ଟାୟାର ଗୋଦାମରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲାର ସେକ୍ଟର ୨୧ ରହମତ ନଗର ବସ୍ତିରେ ମଧ୍ୟରାତ୍ରରେ ଏକ ଟାୟାର ଗୋଦାମରେ ଅଗ୍ନିକାଣ୍ଡ ଘଟିଛି।

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟାୟାର ଜଳି ନଷ୍ଟ ହୋଇଯାଇଥିବା ବେଳେ ମୃତାହତ ନେଇ ସୂଚନା ମିଳିନାହିଁ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ତିନୋଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୌଭାଗ୍ୟ ବଶତଃ ନିଆଁ ଆୟତ୍ତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି ରହମତ ନଗର ବସ୍ତି।

ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେନେଇ ସ୍ପଷ୍ଟ ହୋଇପାରିନାହିଁ।

Leave A Reply

Your email address will not be published.