ପାପଡାହାଣ୍ଡି : ମହିଳାଙ୍କ ଅଜବ କାରନାମା । ବିନା ଖାଇବା ପିଇବାରେ ଜଙ୍ଗଲରେ ବସିଛନ୍ତି । ମୁଠାଏ ଦାନା ବି ନେଉନାହାନ୍ତି । ମନରେ ଗୋଟିଏ ନିଶା ପରମବ୍ରହ୍ମଙ୍କୁ ପ୍ରାପ୍ତ କରିବାକୁ କରୁଛନ୍ତି ତପସ୍ୟା । ଏହି ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ଢାମଣାପଦର ବାହାଲି ଜଙ୍ଗଲରେ । ମହିଳା ଜଣକ ହେଉଛନ୍ତି ଦଳେଇଗୁଡା ଗାଁର ବାଳମୋତି ହରିଜନ । ଗତ ଶନିବାର ଠାରୁ ୪ ଦିନ ଧରି ତପସ୍ୟାରେ ବସିଛନ୍ତି। ଆଉ ୩ ଦିନ ତପସ୍ୟାରେ ବସିବେ । ଏକ ସପ୍ତାହ ଧରି ତପସ୍ୟାରେ ବସି ରହିବେ ମହିଳା ।
ତାଙ୍କ ତପସ୍ୟାରେ ଯେପରି କୌଣସି ବାଧା ସୃଷ୍ଟି ନ ହେବ ସେଥିପାଇଁ ତାଙ୍କ ସ୍ବାମୀ ସିଙ୍ଗି ତପସ୍ୟାରତ ସ୍ତ୍ରୀଙ୍କ ମୁଣ୍ଡ ଉପରେ ଏକ ପଲିଥିନ ଟାଙ୍ଗି ବସିଛନ୍ତି। ଅନ୍ୟ ପକ୍ଷରେ ତପସ୍ୟାରେ ବସିଥିବା ମହିଳାଙ୍କୁ ଦେଖିବା ଭିଡ ଜମିଥିବା ଦେଖିବାକୁ ମିଳିଛି। ଅନେକ ଲୋକ ମହିଳାଙ୍କ ନିକଟରେ ଟଙ୍କା ଦାନ କରୁଥିବା ଦେଖିବାକୁ ମିଳିଛି ।
Comments are closed.