Latest Odisha News

BREAKING NEWS

ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ମିନତି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ଡ. ମିନତି ମିଶ୍ରଙ୍କ ସ୍ୱିଜରଲାଣ୍ଡସ୍ଥିତ ଜୁରିଚରେ ସୋମବାର ଦିନ ଦେହାନ୍ତ ହୋଇଛି।

ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଏନେଇ ତାଙ୍କ ପରିବାର ସୁତ୍ରରୁ ପ୍ରକାଶ ।

୧୯୨୯ ମସିହାରେ କଟକରେ ଜନ୍ମିତ ଶ୍ରୀମତି ମିଶ୍ର ଖୁବ୍ କମ୍ ସମୟରୁ ଓଡିଶୀ ସଙ୍ଗୀତ ଓ ନୃତ୍ୟ ଅନ୍ୟତମ ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଓ ପରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ ।

ପରବର୍ତ୍ତୀ ସମୟରେ ୧୯୫୪ ମସିହାରେ ଓଡିଶା ସରକାରଙ୍କ ଛାତ୍ରାବୃତ୍ତିରେ ଶ୍ରୀମତି ମିଶ୍ର ରୁକ୍ମଣୀ ଦେବୀ ଅରୁଣ୍ଡଳଙ୍କ କଳାକ୍ଷେତ୍ରରେ ପ୍ରବେଶ କରିବା ସହିତ ୧ବର୍ଷ ମଧ୍ୟରେ ଭାରତନାଟ୍ୟମ ମଧ୍ୟ ଶିଖିଥିଲେ ।

ଏହାବ୍ୟତିତ ତାଙ୍କୁ ଜର୍ମାନର ମାରବର୍ଗ ଫିଲିପ୍ ବିଶ୍ୱବିଦ୍ୟାଳୟରୁ ଇଣ୍ଡୋଲୋଜିରେ ଡକ୍ଟରେଟ୍ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଛି ।

ସେ ୧୯୬୪ରୁ ୧୯୮୯ ଯାଏଁ ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପ୍ରିନ୍ସିପାଲ୍ ରୂପେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।

ଆହୁରି ମଧ୍ୟ ସ୍ୱର୍ଗତଃ ମିନତି ପ୍ରାୟ ୫ଟି ଓଡିଆ ସିନେମାରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କର ପ୍ରଥମ ଚଳଚ୍ଚିତ୍ର ସୂର୍ଯ୍ୟମୁଖୀ (୧୯୬୩)ରେ ରିଲିଜ ହୋଇଥିବା ବେଳେ ଅନ୍ୟ ଫିଲ୍ମ ମଧ୍ୟରେ ରହିଛି ‘ଜୀବନ ସାଥୀ’, ‘ସାଧନା’, ‘ଭାଇ ଭାଉଜ’ ଓ ‘ଅରୁନ୍ଧତୀ’ ଆଦି ।

କେବଳ ଭାଇ ଭାଉଜ ଫିଲ୍ମ ବ୍ୟତିତ ଅନ୍ୟସବୁ ସିନେମା ଶ୍ରେଷ୍ଠ ଆଞ୍ଚଳିକ ସିନେମା ଭାବେ ଜାତୀୟ ସିନେମା ପୁରସ୍କାର ମଧ୍ୟ ପାଇଛି ।

ଏହାଛଡା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, କଳିଙ୍ଗ ଶାସ୍ତ୍ରୀ ସଙ୍ଗୀତ ପରିଷଦ ପୁରସ୍କାର ଓ ପଦ୍ମଶ୍ରୀ ପୁରସ୍କାର(୨୦୧୨) ଭଳି ଅନେକ ପୁରସ୍କାରରେ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.