Latest Odisha News

BREAKING NEWS

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା; ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ମହାରାଜ କଂସଙ୍କ ଷଡଯନ୍ତ୍ର

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୬ଷ୍ଠ ଦିନ । ଏହି ଅବସରରେ ଶ୍ରୀକୃଷ୍ଣ-ବଳରାମଙ୍କୁ ମାରିବା ଲାଗି ନିଜ ରଙ୍ଗସଭାରେ ଷଡଯନ୍ତ୍ର କରିଛନ୍ତି ମହାରାଜା କଂସ ଓ ତାଙ୍କ ମନ୍ତ୍ରୀ ପରିଷଦମାନେ ।

ବିଚଳିତ କଂସ ମହାରାଜ କୃଷ୍ଣ ଓ ବଳରାମଙ୍କୁ ମାରିବା ପାଇଁ ନିଜ ରାଜ ଦରବାରରେ ରଙ୍ଗସଭା ଆୟୋଜିତ କରିବା ସହିତ ହତ୍ୟା ଷଡଯନ୍ତ୍ର ରଚିବା, ମଥୁରାରେ ଧନୁଯାତ୍ରା ଆୟୋଜନା କରିବା ଲାଗି ଜୋରଦାର୍ ବିଚାର ବିମର୍ଶ କରିଛନ୍ତି ନିଜ ମନ୍ତ୍ରୀ ପରିଷଦଙ୍କ ସହ ।

ଅପରପକ୍ଷରେ ମହାରାଜ କଂସଙ୍କ ନିମନ୍ତ୍ରଣ ପାଇଁ ମଗଧର ରାଜା ଜରାସନ୍ଧ, ଶୋଣିତପୁରର ରାଜା ବାଣାସୁର, କରିଦ୍ର, କବୁଆ, କଳିଙ୍ଗ ସମ୍ରାଟ, ଚେଦି ରାଜ୍ୟ ନରପତି ଆଦି ରଙ୍ଗସଭାରେ ସାମିଲ ହୋଇଥିଲେ । ପରେ ଏହିସବୁ ରାଜାମାନେ କୃଷ୍ଣ ବଧ କରିବା ପାଇଁ ମହାରାଜ କଂସଙ୍କୁ ସହଯୋଗ କରିବେ ବୋଲି ମଦ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଯାହାପରେ ନିମନ୍ତ୍ରିତ ଅତିଥିମାନଙ୍କୁ ମନୋରଞ୍ଜନ କରିବା ଲାଗି ରଙ୍ଗସଭା ତଥା ନୃତ୍ୟ ଗୀତର ଆସର ମଧ୍ୟ ଜମିଥିଲା ।

ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ରେ କଳାକାରଙ୍କ ନିଖୁଣ କଳାକୃତିରେ ଶୋଭା ବର୍ଦ୍ଧନ କରୁଥିବାବେଳେ ଏବେ ବରଗଡ ମଥୁରା ନଗରୀ ପାଲଟିଥିବାବେଳେ ଓ ଆମ୍ବାପାଲି ଗୋପପୁରରେ ରୂପାନ୍ତରିତ ହୋଇଛି ।

ଅପରପକ୍ଷରେ ପ୍ରବଳ ଶୀତର ପ୍ରକୋପ ସତ୍ୱେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବା ପାଇଁ ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକ ତଥା ପର୍ଯ୍ୟଟକମାନଙ୍କର ପ୍ରବଳ ଜନ ସମାବେଶ ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.