ପଟ୍ଟାମୁଣ୍ଡାଇ:ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟରେ ୪ ଦିନ ଧରି ଜଳବନ୍ଦୀ ଥିଲେ ଛାତ୍ରଛାତ୍ରୀ। ପଟ୍ଟାମୁଣ୍ଡାଇ ବ୍ଳକ ପେଣ୍ଠପାଳ ଗ୍ରାମ ପଂଚାୟତ ଅନ୍ତର୍ଗତ କୂଳସାହିସ୍ଥିତ ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ୪ ଦିନ ଧରି ଜଳବନ୍ଦୀ ଥିଲେ । ଆଜି ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟର ୨୩୦ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍। ସେମାନଙ୍କ ମଧ୍ୟରେ ୧୪୦ଜଣ ଛାତ୍ର ଥିବା ବେଳେ ୯୦ ଛାତ୍ରୀ ଥିବା ଜଣାପଡିଛି ।
ବନ୍ୟା ସ୍ଥିତକୁ ଦେଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡଙ୍ଗାରେ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ ।
ଏହି ସ୍କୁଲଟି ନଦୀ କୂଳରେ ରହିଥିବାରୁ ହଠାତ ଶନିବାର ବନ୍ୟାପାଣି ଆସିଯିବାରୁ ପିଲାମାନେ ହଷ୍ଟେଲ ଭିତରେ ରହିଯାଇଥିଲେ। ନଦୀରେ ପାଣି ବଢ଼ୁଥିବାରୁ ହଷ୍ଟେଲ ତଳ ମହଲାରେ ପାଣି ପଶିଥିଲା। ନଦୀରେ ପାଣି ବଢ଼ୁଥିବାରୁ ହଷ୍ଟେଲ ତଳ ମହଲାରେ ପାଣି ପଶିଥିଲା। ଗତକାଲି ମେଡିକାଲ୍ ଟିମ୍ ଯାଇ ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ।


Comments are closed.