Latest Odisha News

BREAKING NEWS

ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ବଢୁଛି ଅଂଶୁଘାତଜନିକ ମୃତ୍ୟୁ ସଂଖ୍ୟା । ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ତେବେ ପୂର୍ବରୁ ୧୫୧ ଜଣଙ୍କର ଅଂଶୁଘାତ ମୃତ୍ୟୁ ନେଇ ଅଭିଯୋଗ ହୋଇଥିଲା । କିନ୍ତୁ ତଦନ୍ତ ପରେ ଅଂଶୁଘାତ କାରଣରୁ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସେଥିରୁ ୩୧ ଜଣଙ୍କର ମୃତ୍ୟୁର କାରଣ ଭିନ୍ନ ହୋଇଥିବା ବେଳେ ଆଉ ୮୪ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି ବୋଲି କହିଛି ସ୍ଵାସ୍ଥ୍ୟ ବିଭାଗ ।

ସେପଟେ ୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ । ଚଳିତଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ଵାଭାବିକ ସମୟର ଦୁଇ ଦିନ ପୂର୍ବରୁ କେରଳ ଛୁଇଁଥିଲା ।

Comments are closed.