Latest Odisha News

BREAKING NEWS

‘ଲଭ ଆଜକଲ-୨’ର ଟ୍ରେଲର ରିଲିଜ: ଦେଖନ୍ତୁ, ସାରା ଓ କାର୍ତ୍ତିକଙ୍କ ଲଭ କେମେଷ୍ଟ୍ରି

ମୁମ୍ବାଇ: ରିଲିଜ ହୋଇଛି ଲଭ୍ ଆଜକଲ-୨ର ଟ୍ରେଲର । ଏଥିରେ ସାରା ଅଲ୍ଲି ଖାନ୍ ଓ କାର୍ତ୍ତିକ ଆରୟନଙ୍କ ଜବରଦସ୍ତ ଲଭ କେମେଷ୍ଟ୍ରି ଦେଖବବାକୁ ମଳିଛି । ସାରା ଓ କାର୍ତିକ ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିଛନ୍ତି ।


ଟ୍ରେଲ୍‌ରରେ ଉଭୟଙ୍କ ରୋମାଂଟିକ ସିନ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଟ୍ରେଲ୍‌ରଟି ରିଲିଜର କିଛି ଘଂଟା ମଧ୍ୟରେ ଭାଇରାଲ ହୋଇଛି । ଫିଲ୍ମରେ ସାରା ବେଶ୍ ବିନ୍ଦାସ ଲୁକ୍‌ରେ ନଜର ଆସିଛନ୍ତି । ଇମତିଆଜ ଅଲ୍ଲିଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଛି ଏହି ଫିଲ୍ମ ।

ସାରା ଅଲ୍ଲି ଖାନ୍ ଏବଂ କାର୍ତିକ ଆରୟନ ଫିଲ୍ମର ଲିଡ୍ ରୋଲ୍‌ରେ ଥିବା ବେଳେ ଅନ୍ୟ ପ୍ରମୁଖ ଭୂମିକାରେ ରଣଦୀପ ହୁଡ୍ଡା, ଆରୁଷି ଶର୍ମା ଅଛନ୍ତି । ୨୦୦୯ରେ ରିଲିଜ ହୋଇଥିବା ଫିଲ୍ମ ‘ଲଭ ଆଜକଲ’ର ଏହା ସିକ୍ୱେଲ ଫିଲ୍ମ । ଆସନ୍ତା ଫେବ୍ରୁଆରୀ ୧୪ ଭାଲେଂଟାଇନ୍ ଡେ’ର ଫିଲ୍ମଟି ବଡ ପରଦାରେ ମୁକ୍ତିଲାଭ କରିବ ।

Leave A Reply

Your email address will not be published.