Latest Odisha News

BREAKING NEWS

ଓଡ଼ିଶାରେ ବିଜେପିର ଲୋକପ୍ରିୟତା ବୃଦ୍ଧି ପାଉଛି: ସମୀର ମହାନ୍ତି

ଭୁବନେଶ୍ୱର: ନବ ନିର୍ବାଚିତ ଓଡ଼ିଶା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଶୁକ୍ରବାର ଦିନ କହିଛନ୍ତି ଯେ, ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଲୋକପ୍ରିୟତା ବଢି ଚାଲିଛି ।

“ଦଳୀୟ କର୍ମୀମାନଙ୍କ କଠୋର ପରିଶ୍ରମ ଯୋଗୁଁ ରାଜ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି । ଏପରିକି ନିର୍ବାଚନରେ ଭୋଟିଂ ପ୍ରତିଶତ ହାର ୧ ପ୍ରତିଶତ ବୃଦ୍ଧି ପାଇ ୩୮ ପ୍ରତିଶତରେ ପହଞ୍ଚିଛି,” ବୋଲି ଦାୟିତ୍ୱଗ୍ରହଣ କରିବା ପରେ ଶ୍ରୀ ମହାନ୍ତି କହିଛନ୍ତିି ।

ରାଜ୍ୟରେ ଥିବା ୩୭,୦୦୦ ବୁଥରେ ଥିବା ସାଧାରଣ ଲୋକମାନେ କେନ୍ଦ୍ରର ବିଭିନ୍ନ ସରକାରୀ ଯୋଜନା ଦ୍ୱାରା ଉପକୃତ ହୋଇପାରୁଛନ୍ତି କି ନାହିଁ ଏହାକୁ ନିରୀକ୍ଷଣ କରିବା ମୋର ପ୍ରାଥମିକତା ରହିବ ।

“ସମସ୍ତ ଦଳୀୟ କର୍ମୀମାନେ ତଥା ନେତୃତ୍ୱ ଦ୍ୱାରା ଦଳକୁ ତୃଣମୂଳସ୍ତରରେ କିପରି ସୁଦୃଢ କରାଯିବ ସେଥିପ୍ରତି ଦୃଷ୍ଟି ଦେବି,” ବୋଲି କହିଛନ୍ତି ଶ୍ରୀ ମହାନ୍ତି ।

Leave A Reply

Your email address will not be published.