Latest Odisha News

ଗୁଳିମାଡର ଶିକାର ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ

ଟୋକିଓ: ପୂର୍ବତନ ନୌସେନା ଅଧିକାରୀଙ୍କ ଗୁଳିମାଡର ଶିକାର ହୋଇ ଚିକିତ୍ସାଧୀନ ଥିବା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ । ଜାପାନର ଏନଏଚକେ ଓ୍ୱାର୍ଲଡ ନ୍ୟୁଜ ଏହି ସୂଚନା ଦେଇଛି। ଶୁକ୍ରବାର ରାସ୍ତାରେ ଲୋକଙ୍କୁ ଉଦବୋଧନ ଦେବା ବେଳେ ଗୁଳିମାଡର ଶିକାର ହୋଇଥିଲେ।

ଆକ୍ରମଣକାରୀ ଅତି ନିକଟରୁ ତାଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲା। ତେବେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ସିଞ୍ଜୋ ଆବେ ଗୁଳିର ଶିକାର ହେବା ପରେ ହୃଦଘାତର ମଧ୍ୟ ଶିକାର ହୋଇ ଚିକିତ୍ସାଧୀନ ଥିଲେ।

ସିଞ୍ଜୋ ଆବେଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ହେଉଛନ୍ତି ଟେଟସୁୟା ୟାମାଗାମିର ଜଣେ ସ୍ଥାନୀୟ ବ୍ୟକ୍ତି। ଖବର ଅନୁଯାୟୀ, 41 ବର୍ଷିୟ ଏହି ଗୁଳି ଚାଳକ ଟେଟସୁୟା ୟାମଗାମୀ ଜାପାନର ସୈନ୍ୟ ବାହିନୀରେ ଥିଲା। ସେ ଜାପାନର ନୌସେନାରେ କାମ କରିଥିଲା।

ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କୁ ସମ୍ମାନ ଜଣାଇ ଆସନ୍ତାକାଲି ସାରା ଦେଶରେ ଦିନିକିଆ ଶୋକ ପାଳନ ହେବ ବୋଲି ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ରିପୋର୍ଟ ଅନୁଯାୟୀ, ସେ ଗୁଳି ମାରିବା ପାଇଁ ଦୂରଗାମୀ ଛୋଟିଆ ବନ୍ଧୁକ ବ୍ୟବହାର କରିଥିଲା। ଏବେ ତା’ ବିରୋଧରେ ହତ୍ୟା ପାଇଁ ଉଦ୍ୟମ କରିଥିବା ମାମଲା ରୁଜୁ ହୋଇଛି।

ଏହି ଘଟଣା ପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟା କିଶିଦା ଦୁଃଖ ପ୍ରକାଶ କରିଛନ୍ତି। ଏହାକୁ ବର୍ବର ଆକ୍ରମଣ ବୋଲି କହିବା ସହିତ ଦୃଢ ଶବ୍ଦରେ ନିନ୍ଦା କରିଛନ୍ତି ବୋଲି କହିଥିଲେ । ଜାପାନର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ରହିଛି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆକ୍ରମଣକାରୀଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ।

Leave A Reply

Your email address will not be published.