Latest Odisha News

BREAKING NEWS

ବାହୁଡାଯାତ୍ରାରେ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ

ପୁରୀ : ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ସରି ସରି ଆସୁଛି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନର ଅପୂର୍ଵ ସୁଯୋଗ ।  ଆଡପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧାମୂରତି। । ଆଡ଼ପମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ । ସେପଟେ ବାହୁଡାଯାତ୍ରା ପାଇଁ ହୋଇସାରିଛି ପ୍ରସ୍ତୁତି। ମହାପ୍ରଭୁଙ୍କ ସେନାପଟା ଲାଗି ଓ ପହଣ୍ଡି ପାଇଁ ଜନ୍ମବେଦୀ ତଳେ କୋଠସୁଆଁସିଆଙ୍କ ଦ୍ଵାରା ଚାରମାଳ ବନ୍ଧାଯିବ।

ମହାପ୍ରଭୁଙ୍କ ବାହୁଡାଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ କାଳିଆ ସାଆନ୍ତେ। ସେପଟେ ଶରଧାବାଲି ଓ ଗୁଣ୍ଡିଚା ମନ୍ଦିର ଅଂଚଳ ଉଛୁଳି ପଡୁଛି | ଏବେ ଆଡ଼ପ ମଣ୍ଡପରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନୀତି କାନ୍ତି।  ରାତ୍ର ପହୁଡ ଆଳତୀ ପରେ ଦଇତାପତି ସେବାୟତଙ୍କ ଦ୍ୱାରା ବାହୁଡାଯାତ୍ରା ପାଇଁ ସେନାପଟା ଲାଗି,ବାହୁଟକଣ୍ଟ ଲାଗି ଆଦି ବିଶେଷ ନୀତି କରାଯିବା ସହ କୋଠସୁଆଁସିଆ ସେବାୟତ ମାନେ ରତ୍ନସିଂହାସନରେ ଚାରମାଳ ବାନ୍ଧିବେ ।

ସେପଟେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଏବେ ଚାଲିଛି ରାହାସ | ସଂଧ୍ୟା ଦର୍ଶନ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସାଢ଼େ ୯ଟାରେ ବଡ଼ସିଂହାର ଭୋଗ ପରେ ରାତି ୧୦ଟାରେ ପହୁଡ଼ ଆଳତି ଅନୁଷ୍ଠିତ ହେବ । ରାତି ୧୦ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, ସାଢ଼େ ୧୦ଟାରେ ବାହୁଟ କଣ୍ଟ, ରାତି ୧୧ରୁ ୨ଟା ଚାରବନ୍ଧା, ରାତି ସାଢ଼େ ୨ଟାରୁ ସାଢ଼େ ୩ଟାରେ ଭିତରେ କୁସୁମିଲାଗି ନୀତି ସମ୍ପନ୍ନ ହେବ । ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡା଼ ଯାତ୍ରା ଦିନ ପହଣ୍ଡି ଓ ରଥଟଣା କରାଯିବାକୁ ଥିବା ବେଳେ ଭକ୍ତ ଓ ନୀତିକାନ୍ତିକୁ ଦେଖି ରାତି କେତେଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ମିଳିବ ତାହା ପରେ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି |

Rath Yatra Observed In Manchester Of England

ଆସନ୍ତା ଜୁଲାଇ ୯ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଜୁଲାଇ ୧୦ରେ ସୁନାବେଶ, ଜୁଲାଇ ୧୧ରେ ରଥ ଉପରେ ଅଧରପଣା ନୀତି, ଜୁଲାଇ ୧୨ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।

 

 

Leave A Reply

Your email address will not be published.