Latest Odisha News

ଉପାନ୍ତ ଅଞ୍ଚଳରେ ଅଫଲାଇନରେ ହେବ ପାଠପଢ଼ା

ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ କେମିତି ହେବ ପାଠପଢ଼ା ସେନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଅନଲାଇନରେ ପାଠ ପଢ଼ାକୁ ନେଇ ଚିନ୍ତାରେ ପଡିଛି ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ । ତେବେ ପରୀକ୍ଷା ପୂର୍ବରୁ ପିଲା କେମିତି ପଢିବେ ସେ ଦାୟିତ୍ବ ଶିକ୍ଷକ ନେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି । ପ୍ରୋକ୍ଟୋରିଆଲ ଗ୍ରୁପ କରି ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥାତ ଛୋଟ ଛୋଟ ଗ୍ରୁପ କରି ଜଣେ ଲେଖାଏଁ ଶିକ୍ଷକ ପାଠପଢ଼ାର ଦାୟିତ୍ବ ନେବେ ।

ପିଲା କେମିତି ପାଠ ପଢିବେ ଏବଂ କାହିଁକି ପଢି ପାରୁ ନାହାନ୍ତି ତାହା ଉପରେ ନଜର ରଖିବେ ଶିକ୍ଷକ । ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଅଭିଭାବକଙ୍କ ଅନୁମତି ନେଇ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ଅଫଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ବସିଥିବା ବୈଠକରେ ରାଜ୍ୟର ଜିଲ୍ଲା ଶିକ୍ଷା ଅଧିକାରୀ, ୧୭ଟି ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ଏବଂ ୩ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସାମିଲ ହୋଇ ଯୁକ୍ତ ଦୁଇ ପାଠପଢ଼ା ଉପରେ ଆଲୋଚନା କରିଥିଲେ ।

Comments are closed.