Latest Odisha News

BREAKING NEWS

ନିଶା ନିବାରଣ କେନ୍ଦ୍ର ନାଁରେ ନିର୍ଯାତନା, ୪୯ ଅନ୍ତେବାସୀ ଫେରାର

ବାରିପଦା : ନିଶା ନିବାରଣ କେନ୍ଦ୍ର ନାଁରେ ଅନ୍ତେବାସୀଙ୍କୁ ଅକଥନୀୟ ଅତ୍ୟାଚାର । ଯାହାର ସୁଯୋଗ ନେଇ ନିଶା ନିବାରଣ କେନ୍ଦ୍ରରୁ ଫେରାର ହୋଇଯାଇଛନ୍ତି ୪୯ ଜଣ ଅନ୍ତେବାସୀ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରିଛି ପୋଲିସ । ବାରିପଦା କାଳିକାପୁର ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଘଟଣାରେ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତିଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ପୂର୍ବରୁ ମଧ୍ୟ କେନ୍ଦ୍ର ପରିଚାଳକ ଅବନୀ ପତିଙ୍କ ବିରୋଧରେ ଜଣେ ଅନ୍ତେବାସୀଙ୍କୁ ହତ୍ୟା ମାମଲା କୋର୍ଟରେ ବିଚାରାଧୀନ ରହିଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ଏହି କେନ୍ଦ୍ରର ଉପର ମହଲାରେ ରହୁଥିବା ୪୯ ଜଣ ଅନ୍ତେବାସୀ ଅତ୍ୟାଚାରରେ ଅତିଷ୍ଠ ହୋଇ ପ୍ରାଣ ବିକଳରେ କୌଣସି ଉପାୟରେ ଫେରାର ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୫ ଜଣ ଏକ ଅନ୍ଧାରୁଆ ଜାଗାରେ ଲୁଚି ଥିବା ବେଳେ, ସ୍ଥାନୀୟ ଲୋକଙ୍କ ସହାୟତାରେ ବାରିପଦା ଟାଉନ ଥାନା ପୋଲିସ ସେମାନଙ୍କୁ ଉଦ୍ଧାର କିରଥିଲା । ନିଶା ନିବାରଣ କେନ୍ଦ୍ରରେ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏପରି ସଙ୍ଗୀନ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଗମ୍ଭୀରତାର ସହ ନେଇ ତଦନ୍ତ କରିବାକୁ ଦାବି ହୋଇଛି ।

Comments are closed, but trackbacks and pingbacks are open.