Latest Odisha News

BREAKING NEWS

୧୬ରୁ ବୁର୍ଲା ଭିସୁଟରେ ଆରମ୍ଭ ହେବ ଅଫଲାଇନ୍ କ୍ଲାସ

ସମ୍ବଲପୁର: ପୂର୍ବରୁ କଣ୍ଟେନମେଣ୍ଟ ଜୋନ୍ ହଟିଥିବା ବେଳେ ଆସନ୍ତା ୧୬ରୁ ବର୍ଲା ଭିସୁଟରେ ଆରମ୍ଭ ହେବ ପାଠପଢ଼ା । ଅନଲାଇନ୍ କ୍ଲାସ୍ ବନ୍ଦ କରାଯାଇ ଅଫଲାଇନ୍ କ୍ଲାସ ଆରମ୍ଭ ହେବ । ଏନେଇ ଭିସୁଟ୍ କୁଳପତି ଭି.ଭି ପତି ସୂଚନା ଦେଇଛନ୍ତି । ୧୭ ତାରିଖରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ କ୍ୟାମ୍ପସ ଆସିବେ ବୋଲି ଜଣାପଡ଼ିଛି ।

ଗତ ମାସ ୨୭ ତାରିଖରେ ଭିସୁଟରୁ ଏକାଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା କୁହାଯାଇଥିଲା । ଫଳରେ ଫେବ୍ରୁଆରୀ ୨୮ରୁ ଭିସୁଟକୁ ସଟଡାଉନ୍ କରିବା ସହ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ କରିଥିଲା । ସେବେଠୁ ଅନଲାଇନରେ ପାଠପଢ଼ା ଚାଲିଥିଲା । ପରେ ଜଣାପଡ଼ିଥିଲା ଆସିଥିବା କରୋନା ରିପୋର୍ଟ ନେଗେଟିଭ୍ ।

ରିପୋର୍ଟ ନେଗେଟିଭ୍ ଜଣାପଡ଼ିବା ପରେ ପ୍ରଶାସନ ମାର୍ଚ୍ଚ ୩ରେ କଣ୍ଟେନମେଣ୍ଟ ଜୋନ୍ ହଟାଇଥିଲା । ପ୍ରାୟ ୨୯ ଜଣ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଥିବା ନେଇ କୁହାଯାଇଥିଲା । ଯାହାକୁ ନେଇ ସମସ୍ତ ମହଲରେ ଭୟର ବାତାବରଣ ସୃଷ୍ଟି ହେବା ସହ ପାଠପଢ଼ା ବ୍ୟାହତ ହୋଇଥିଲା ।

Leave A Reply

Your email address will not be published.