Latest Odisha News

BREAKING NEWS

କେମିତି ଆହତ ହେଲେ ମମତା ? ସରକାରଙ୍କ ରିପୋର୍ଟକୁ ନେଇ ସନ୍ତୁଷ୍ଟ ନୁହଁନ୍ତି ନିର୍ବାଚନ କମିଶନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବାକୁ ନେଇ ଉଷ୍ଣତା ବଢ଼ିବାରେ ଲାଗିଛି । ଦିଦି କେମିତି ଆହତ ହେଲେ ? ଏହା ଦୁର୍ଘଟଣା ନା ଆକ୍ରମଣ ? ପୋଲିସ ଯାଞ୍ଚରୁ ସେଭଳି କିଛି ସ୍ପଷ୍ଟ ହୋଇନଥିବା ବେଳେ ଦିଦି କରୁଥିବା ଆକ୍ରମଣ ଅଭିଯୋଗର କୌଣସି ପ୍ରମାଣ ବି ନାହିଁ । ଏପରିକି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରେ କୌଣସି ତାଳମେଳ ନାହିଁ । ତେବେ, ସତ କଣ ଜଣାପଡ଼ିନାହିଁ । ଏହାର ଭିତରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ନିର୍ବାଚନ କମିଶନଙ୍କୁ ମମତା ଆହତ ହେବାକୁ ନେଇ ରିପୋର୍ଟ ଦେଇଛନ୍ତି । ଯାହାକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ନିର୍ବାଚନ କମିଶନ ।

ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କମିଶନ କହିଛନ୍ତି । ବିସ୍ତୃତ ରିପୋର୍ଟ ଶନିବାର ଅର୍ଥାତ୍ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଦେବାକୁ କୁହଯାଇଛି । ଉଭୟ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ଶନିବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସମୟ ଦେଇଛନ୍ତି ନିର୍ବାଚନ କମିଶନ । ସ୍ୱତନ୍ତ୍ର ପୋଲିସ ପର୍ଯ୍ୟବେକ୍ଷକ ବିବେକ ଦୁବେ ଓ ବିଶେଷ ପର୍ଯ୍ୟବେକ୍ଷକ ଅଜୟ ନାୟକ ଏହି ଘଟଣା ସହିତ ଅନ୍ୟ ମାମଲା ସମ୍ପର୍କିତ ରିପୋର୍ଟ ଦେବେ ।

ସୂତ୍ର ଅନୁସାରେ, ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଯେଉଁ ରିପୋର୍ଟରେ ମମତା ଆହତ ହେବାକୁ ନେଇ ସ୍ପଷ୍ଟ ସୂଚନା ନଥିଲା । ଘଟଣା କେବେ, କେମିତ ଏବଂ କେଉଁଠି ଘଟିଛି ସେନେଇ ସ୍ପଷ୍ଟ ଭାବେ ରିପୋର୍ଟରେ କିଛି ଉଲ୍ଲେଖ ନାହିଁ । ରିପୋର୍ଟରେ, ଭିଡ଼ଠୁ ନେଇ ଅଣ ଓସାରିଆ ସଡ଼କ ଏବଂ ସଡ଼କ ପାର୍ଶ୍ୱରେ ଲୁହା ଖୁଣ୍ଟି କଥା ଉଲ୍ଲେଖ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ କେମିତି ଆହତ ହେଲେ କୁହାଯାଇନାହିଁ । ଏଥିରେ ଅସନ୍ତୁଷ୍ଟ ହୋଇ ଶନିବାର ସନ୍ଧ୍ୟା ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେସ ଦେଇଛନ୍ତି ।

Leave A Reply

Your email address will not be published.