Latest Odisha News

BREAKING NEWS

ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍

ନୂଆଦିଲ୍ଲୀ:  ଭାରତରେ ହାଇବ୍ରିଡ୍ ଏବଂ  ଇଲେକ୍ଟ୍ରିକ୍ ଯାନ ଗୁଡିକୁ (ଫେମ୍ ଇଣ୍ଡିଆ) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ପର୍ଯ୍ୟାୟ – ୨ରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି ।

ତୈଳ ବ୍ୟବସାୟ କମ୍ପାନୀ ଗୁଡିକ ୨୦୨୨ ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ସେମାନଙ୍କର ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଖୁଚୁରା ଆଉଟ୍‌ଲେଟ୍‌କୁ କାର୍ଯ୍ୟକ୍ଷମ କରାଇ ପାରିଛନ୍ତି ।

ଏହି ଯୋଜନାରେ ଚାର୍ଜିଂ ଭିତିଭୂମି ପ୍ରଦାନ କରିବା ଏବଂ ଅଧିକରୁ ଅଧିକ ସ୍ୱଦେଶୀକରଣ ଦିଗରେ ଆଗକୁ ବଢ଼ିବା ସହିତ ଇଭି ଉଦ୍ୟୋଗର ସମଗ୍ର ବିକାଶର ପରିକଳ୍ପନା କରା ଯାଇଛି । ଫେମ୍ – ୨ ର ଲକ୍ଷ୍ୟ ହେଉଛି ୭୦୯୦ଟି ଇ – ବସ୍ , ୫ ଲକ୍ଷ ଇ – ୩ ଚକିଆ ଯାନ, ୫୫,୦୦୦ ଇ- ୪ ଚକିଆ ଯାତ୍ରାବାହୀ କାର୍ ଏବଂ ୧୦ ଲକ୍ଷ ଇ – ଦୁଇ ଚକିଆ ଯାନକୁ ରିହାତି ପ୍ରଦାନ କରି ତାହା ମାଧ୍ୟମରେ ବିଦ୍ୟୁତ୍ ଚାଳିତ ଯାନର ବ୍ୟବହାରକୁ ସମର୍ଥନ କରିବା ।

ଏହା ସହିତ, ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଆଇ) ଦ୍ୱାରା ଏକ ଡ୍ରାଫ୍ଟ ଜାତୀୟ ପରିବହନ ନୀତି ପ୍ରସ୍ତୁତ କରା ଯାଇଛି । ଏହା ଏମ୍‌ଏଚ୍‌ଆଇର ୱେବସାଇଟ୍‌ରେ  (www.heavyindustries.gov.in) ଉପଲବ୍ଧ କରା ଯାଇଛି । ଏହି  ନୀତି ପ୍ରକୃତିରେ ସମଗ୍ର ଅଟେ ଏବଂ ଅଟୋ ମିଶନ ଯୋଜନା ୨୦୧୬- ୨୬ର ଉଦ୍ଦେଶ୍ୟ ଗୁଡିକୁ ପୂରଣ କରିବା ପାଇଁ ମୋଟର ଯାନ ଉଦ୍ୟୋଗର ସ୍ୱାର୍ଥକୁ ସମ୍ବୋଧିତ କରିଥାଏ ।

 

Leave A Reply

Your email address will not be published.