ମୁମ୍ବାଇ: ୨୦୨୫ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଂଟା ଭିଡିଛି । ଆୟୋଜନ ଅଧିକାର ପାଇଁ ଭାରତ ବିଡ ଦାଖଲ କରିବ । ବିସିସିଆଇ ଯଦି ଏଥିରେ ସଫଳ ହୁଏ ତାହାହେଲେ ପ୍ରାୟ ଏକ ଦଶନ୍ଧି ପରେ ଭାରତରେ ବିଶ୍ୱକପ ଆୟୋଜିତ ହେବ । ୨୦୧୩ରେ ଭାରତ ଶେଷ ଥର ଏହାକୁ ଆୟୋଜନ କରିଥିଲା । ଆଇସିସିର ପରବର୍ତୀ ବାର୍ଷିକ ବୈଠକ ବର୍ମିଂହାମରେ ଆୟୋଜିତ ହେବ । ଏହି ବୈଠକରେ ୪ଟି ବଡ ମହିଳା ଟୁର୍ଣ୍ଣାମେଂଟ ପାଇଁ ବିଡ ଦାଖଲ ପ୍ରକ୍ରିୟା ଆରମ୍ଭ କରାଯିବ । ବିସିସିଆଇ ଖୁବ ଶୀଘ୍ର ମହିଳା ଆଇପିଏଲ ଆରମ୍ଭ କରିବାକୁ ଯାଉଛି । ଏହା ବିଶ୍ୱକପ ବିଡ ହାତେଇବାରେ ସହାୟ ହେବ ବୋଲି ଆଶା କରାଯାଉଛି । ୧୯୭୩ରେ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ ଆୟୋଜିତ ହୋଇଥିଲା । ଭାରତ ୧୯୭୮, ୧୯୯୭ ଓ ୨୦୧୩ରେ ଏହାକୁ ସଫଳତାର ସହ ଆୟୋଜନ କରିଛି ।
BREAKING NEWS
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ

Comments are closed.