Latest Odisha News

BREAKING NEWS

ପିଚୁ ଟ୍ୟାଙ୍କରରେ ଅଗ୍ନିକାଣ୍ଡ, ଡ୍ରାଇଭର ଜୀବନ୍ତ ଦଗ୍ଧ

ଅନୁଗୁଳ: ଅନୁଗୁଳରେ ପିଚୁ ଟ୍ୟାଙ୍କରରେ ଅଗ୍ନିକାଣ୍ଡ। ବିଳମ୍ବିତ ରାତି ବାଲିପଶି ଛକ ନିକଟ ଜାତୀୟ ରାଜପଥ ୧୪୯ରେ ଅଗ୍ନିକାଣ୍ଡ। ବାଲିପଶି ଠାରେ ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର । ଦୂର୍ଘଟଣା ପରେ ଟ୍ୟାଙ୍କରରେ ଅଗ୍ନିକାଣ୍ଡ, ଡ୍ରାଇଭର ଜୀବନ୍ତ ଦଗ୍ଧ । ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଦତନ୍ତ ଆରମ୍ଭ କରିଛି । ପାଲଲହଡ଼ା ଟାଉନ ଠାରୁ ୧୨ କିଲୋମିଟର ଦୂର ୧୪୯ ନମ୍ବର ଜାତୀୟ ରାଜପଥ ବାଲିପଶି ଘାଟି ବୁଲାଣିରେ ଗୁରୁବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି ।

ଏକ ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ବୁଲାଣିରେ ଓଲଟି ପଡ଼ିବା ପରେ ଟ୍ୟାଙ୍କରରେ ନିଆଁ ଲାଗି ଯାଇଥିଲା । ଏହି ନିଆଁ ରାସ୍ତା ପାର୍ଶ୍ବ ଜଙ୍ଗଲକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଗାଡ଼ି ଭିତରେ ଡ଼୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା । ଖବର ପାଇ ଖମାର ପୋଲିସ୍ ଓ ପାଲ ଲହଡ଼ା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

କିଛିଦିନ ପୂର୍ବରୁ ସୂଚନା ଆସିଥିଲା ଯେ, କେନ୍ଦୁଝର ଜିଲ୍ଲା ଜଗମୋହନ୍ ପୁର ୪୯ନଂ ଜାତୀୟ ରାଜପଥ ଜନସନପୁର ଟୋଲ ଗେଟ ଠାରୁ ଗୋଟିଏ କି.ମି. ଦୁରରେ ଏକ ଟ୍ରେଲର ଜଳୁଛି । ଘଟଣାସ୍ଥଳରେ ତେଲକୋଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଅଛି । ଅଳ୍ପକେ ବର୍ତ୍ତିଲେ ଚାଳକ ।

Leave A Reply

Your email address will not be published.