ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେଲେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିଃ ନିର୍ଦ୍ଦେଶକ ନିହାର ଭୂୟାଁ । ଆଜି ସକାଳେ ସେ ହାଜର ହୋଇଥିଲେ । ସାରୁଅ ଜମି ଜାଲିଆତି ମାମଲାରେ ତାଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି ।
ପୂର୍ବରୁ ହଜାର ହେବାକୁ ଦୁଇ ଥର ନୋଟିସ୍ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ତେବେ ଆସନ୍ତା ୧୯ ତାରିଖ ଯାଏ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ ହାଇକୋର୍ଟ । ପୂର୍ବରୁ ସାରୁଅ ଜମି ଦୁର୍ନୀତି ମାମଲାରେ ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀ ଗିରଫ ହୋଇଥିଲେ । ଏବେ ସେ ଜାମିନରେ ଅଛନ୍ତି । ସେହିପରି ଆଉ ଜଣେ ପୂର୍ବତନ ନିର୍ଦ୍ଦେଶକ ବିଭୁ ରଥଙ୍କୁ ବି କ୍ରାଇମବ୍ରାଞ୍ଚ ଦୁଇ ଥର ପଚରାଉଚରା କରିଛି ।
ସାରୁଅରେ ଓଡ଼ିଶା ଇନଫ୍ରାଟେକ୍ ଅନୁସୂଚିତ ଜାତିର ଲୋକଙ୍କ ଜମିକୁ ହଡପ କରିଥିବା ଅଭିଯୋଗ ହୋଇଛି । କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ବେନାମୀ ଟ୍ରାଞ୍ଜାକସନର ଖୋଳତାଡ ପାଇଁ ଆୟକର ବିଭାଗକୁ ସୁପାରିଶ କରାଯାଇଛି ।
Comments are closed.