Latest Odisha News

ମେ’ ପ୍ରଥମ ସପ୍ତାହରେ ‘ଓଜେଇଇ’: ଅନ୍‌ଲାଇନରେ ୟୁଜି ଏବଂ ପିଜି ଲାଗି ହେବ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ମେ’ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ୨୦୨୦-୨୧ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)  । ଚଳିତବର୍ଷ ଓଜେଇଇର ସମସ୍ତ ପରୀକ୍ଷା ସିବିଟି(କମ୍ପ୍ୟୁଟର ବେସଡ୍ ଟେଷ୍ଟ) ପଦ୍ଧତିରେ କରାଯିବ । ଉଭୟ ୟୁଜି ଏବଂ ପିଜି ପ୍ରବେଶିକା ପରୀକ୍ଷା ଅନ୍‌ଲାଇନ୍ ମାଧ୍ୟମରେ କରାଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

ଓଜେଇଇ ଅଧ୍ୟକ୍ଷ ଶ୍ରୀ ଚାନ୍ଦ କହିଛନ୍ତି ଯେ, ଗତବର୍ଷ ପିଜି କୋର୍ସ ଲାଗି ପ୍ରବେଶିକା ପରୀକ୍ଷାଗୁଡିକ ଅନ୍‌ଲାଇନ୍ ମାଧ୍ୟମରେ କରାଯାଇଥିଲା । ପିଜି କୋର୍ସରେ ଏମସିଏ, ଏମ୍‌ବିଏ, ଲାଟେରାଲ ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌. ଆରର୍କିଟେକ, ଏମ୍ ଫାର୍ମ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ଓଜେଇଇ ମାଧ୍ୟମରେ କରାଯାଇଥିବା ବେଳେ ଅଫଲାଇନ୍ ପଦ୍ଧତିରେ ପରୀକ୍ଷା କରାଯାଇନଥିଲା । ତେବେ ଚଳିତବର୍ଷ ଉଭୟ ୟୁଜି ଏବଂ ପିଜି ପାଠ୍ୟକ୍ରମ ଲାଗି ସମସ୍ତ ପରୀକ୍ଷା ଅନ୍‌ଲାଇନ୍ ମାଧ୍ୟମରେ କରାଯିବ । ଅପରପକ୍ଷେ ଗତବର୍ଷ ର‌୍ୟାରେ ୮ଟି ସହରରେ ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ଚଳିତବର୍ଷ ୧୦ଟି ସହରରେ ପରୀକ୍ଷାକେନ୍ଦ୍ର ସୁବିଧା କରିବାକୁ ଯୋଜନା ଥିବା ବେଳେ ରାଜ୍ୟ ବାହାରେ ମଧ ପରୀକ୍ଷାକେନ୍ଦ୍ର କରିବାକୁ ଯୋଜନା କରାଯାଇଥିବା ଜଣାପଡ଼ିଛି ।

ରାଜ୍ୟରେ ଉଭୟ ସରକାରୀ ଏବଂ ଘରୋଇ ୯୦ଟି ବୈଷୟିକ କଲେଜ ରହିଥିବା ବେଳେ ୪୭ହଜାର ୪୦୦ସିଟ୍ ରହିଛି । ତେବେ ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହ ମଧ୍ୟରେ ଓଜେଇଇ ଲାଗି ଆବେଦନ ପ୍ର୍ରକ୍ରିୟା ଆରମ୍ଭ କରାଯିବ । ଜୁନ୍ ପ୍ରଥମ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବା ସହ ଜୁଲାଇ ପ୍ରଥମ ସପ୍ତାହରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.