Latest Odisha News

ସେପ୍ଟେମ୍ବର ୧ରୁ ଓଲା-ଉବର ଚାଳକଙ୍କ ଧର୍ମଘଟ

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଟାକ୍ସି ଆଗ୍ରିଗେଟର କମ୍ପାନି  ଓଲା ଓ ଉବର ଚାଳକମାନେ ଆସନ୍ତା ସେପ୍ଟେମ୍ବର ୧ରୁ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି । ଏହାର ସିଧାସଳଖ ପ୍ରଭାବ ଯାତ୍ରୀମାନଙ୍କ ଉପରେ ପଡିବ । ସାଧାରଣ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା କରାଯାଉଛି ।

ସର୍ବୋଦୟ ଡ୍ରାଇଭର ସଂଘର ସଭାପତି କମଲଜିତ ସିଂ ଗିଲ କହିଛନ୍ତି ଯେ ସରକାର ଯଦି ସେମାନଙ୍କ ଦାବି ନମାନିବେ ତେବେ ଓଲା, ଉବର ଚଳାଉଥିବା ପ୍ରାୟ ୨ଲକ୍ଷ ଚାଳକ ଆସନ୍ତା ସେପ୍ଟେମ୍ବର ୧ରେ ରାସ୍ତାକୁ ଓହ୍ଲାଇବେ ।ସରକାରଙ୍କ ଆଗରେ ସେମାନେ ରଖିଥିବା ଦାବି ମଧ୍ୟରେ ରହିଛି ଭଡ଼ା ବୃଦ୍ଧି, କମିଶନ ବୃଦ୍ଧି, ଋଣ କିସ୍ତି ପାଇଁ ମୋରାଟୋରିୟମ ସମୟ ବୃଦ୍ଧି ଇତ୍ୟାଦି ।

ଅନେକ ଚାଳକ ବ୍ୟାଙ୍କ ଋଣ କରି କାର କିଣି ନିଜେ ଚଳାଉଛନ୍ତି । କରୋନା ମହାମାରୀ ଯୋଗୁଁ କାରବାର ପ୍ରଭାବିତ ହୋଇଥିବାରୁ ସେମାନେ ବ୍ୟାଙ୍କ କିସ୍ତି ଦେଇ ପାରୁନାହାନ୍ତି । ଏଥିପାଇଁ ସରକାର ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଲୋକ ମୋରାଟୋରିୟମ ମିଆଦ ବୃଦ୍ଧି କରିବାକୁ ସେମାନେ ଦାବି କରୁଛନ୍ତି । ଏହାଛଡ଼ା ଓଲା, ଉବର ଆଦି କମ୍ପାନିମାନେ ଚାଳକମାନଙ୍କୁ ପ୍ରଦାନ କରୁଥିବା କମିଶନ ପରିମାଣ ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି ।

Leave A Reply

Your email address will not be published.