Latest Odisha News

BREAKING NEWS

ଟିକଟକର ସିଇଓ କେଭିନ୍ ମେୟରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଲୋକପ୍ରିୟ ଚାଇନିଜ ଆପ୍ ଟିକଟକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କେବିନ ମେୟର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ କମ୍ପାନୀ ପକ୍ଷରୁ ଆଧିକାରୀକ ଭାବେ ସୂଚନା ଦିଆଯାଇଛି ।

ଟିକଟକର ସିଇଓ ଏକ ପତ୍ରରେ ଲେଖିଛନ୍ତି ଯେ “ମୁଁ ବହୁତ ଦୁଃଖର ସହ ଆପଣମାନଙ୍କୁ କହୁଛି ଯେ ମୁଁ କମ୍ପାନୀ ଛାଡିବା ଲାଗି ନିଷ୍ପତ୍ତି ନେଇଛି” ।

ସୂଚନାଯୋଗ୍ୟ, ଟିକଟକର ପାରେଣ୍ଟ କମ୍ପାନୀ ବାଇଟ୍‌ଡ୍ୟାନ୍ସର ସିଇଓ ଭାବେ କେଭିନ୍ ମେୟର ଗତ ଜୁନ୍ ମାସରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏବେ ତାଙ୍କ ସ୍ଥାନରେ ଟିକଟକର ଜେନେରାଲ୍ ମ୍ୟାନେଜର (ଜିଏମ୍‌) ଭେନେସା ପାପ୍ସ ଅନ୍ତରିଣ ଭାବେ ଦାୟିତ୍ୱ ନେଇପାରନ୍ତି ।

ଟିକଟକର ୱେବସାଇଟ୍ ଅନୁଯାୟୀ, ମେୟର ଏହା ପୂର୍ବରୁ ଡିଜନୀରେ କାର୍ଯ୍ୟରତ ଥିଲେ ।

ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ମାର୍କେଟରେ ଟିକଟକକୁ କାରବାର ଜାରି ରଖିବା ନେଇ ଏକ ନୂଆ ଅର୍ଡର ଦେଇଥିଲେ । ଯାହାକୁ ବିରୋଧ କରି ପ୍ରଶାସନ ବିରୋଧରେ ଆଇନଗତ ଲଢେଇ କରିଥିଲା ଟିକଟକ୍ ।

 

Leave A Reply

Your email address will not be published.