Latest Odisha News

ନାଁ ପୁରୁଣା,କାହାଣୀ ନୂଆ : ଉଦଣ୍ଡୀ ସୀତା ନାଁ କୁ ନେଇ ନିର୍ମାଣ ହେଲା ନୂଆ “ଉଦଣ୍ଡୀ ସୀତା”

ଭୁବନେଶ୍ୱର: ପୁରୁଣା ଓଡ଼ିଆ ଫିଲ୍ମ ‘ଉଦଣ୍ଡୀ ସୀତା ‘ ନାଁ କୁ ନେଇ ନୂଆ କାହାଣୀରେ ନିର୍ମିତ ହେଲା ନୂଆ ଫିଲ୍ମ “ଉଦଣ୍ଡୀ ସୀତା” । ଚାଷୀ ଜୀବନୀ ଓ ସଂଘର୍ଷ ଉପରେ ଏ କାହାଣୀ ଆଧାରିତ । ଚାଷୀ ଆତ୍ମହତ୍ୟା ଓ ରାଜନୀତିର ସମ୍ପର୍କକୁ ବଖାଣିବାର ପ୍ରୟାସ କରିଛି ଏ କାହାଣୀ ।

ଏହି ଫିଲ୍ମରେ ସୀତା ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ଦେବଯାନୀ । ମୁଖ୍ୟମନ୍ତ୍ରୀ ଭୂମିକାରେ ସମରେଶ ରାଉତରାୟ ଓ ସରପଞ୍ଚ ଭୂମିକାରେ ଇଲୁ ବାନାର୍ଜୀ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଗତ ପିଣ୍ଟୁ ନନ୍ଦ, ଶକ୍ତି ବରାଳ, ଅଙ୍କିତ, ଭବାନୀ, ଗୁଡ଼ୁ, ତୃପ୍ତି ସିଂହା, ଶୁବାଶିଷ, ଚୌଧୁରୀ ବିକାଶ ଦାସ, ମିଲନ ଜୟସିଂହ, ଦେବସୂର୍ଯ୍ୟ ନାୟକ, ସୁଶାନ୍ତ ଦାଶ ମହାପାତ୍ର, ଶ୍ରୀକାନ୍ତ ଓ ମଣ୍ଡୁ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଡ଼କ୍ଟର ରଜନୀ ରଞ୍ଜନ ସଂଳାପ ଲେଖିଥିବା ବେଳେ ତପୁ ନାୟକ ଗୀତ ଲେଖିଛନ୍ତି । ଗୀତଗୁଡ଼ିକୁ ଗାଇଛନ୍ତି ହ୍ୟୁମାନ ସାଗର, ଜ୍ୟୋତିର୍ମୟୀ ଓ ଋତୁରାଜ ମହାନ୍ତି । ଚିତ୍ରତ୍ତୋଳନ ଦାୟିତ୍ୱ ଅକ୍ଷୟ କୁମାର ନାୟକ ନେଇଛନ୍ତି । ସଂପାଦନା ଦାୟିତ୍ୱରେ ଅଛନ୍ତି ମାନସ କୁମାର ସାହୁ ।

ଶୁକ୍ରବାର ଭୁବନେଶ୍ୱରର ଦୁଇ ନମ୍ବର ମାର୍କେଟ ବିଲଡିଂଠାରେ ନୂଆ ଓଡ଼ିଆ ଫିଲ୍ମ ଉଦଣ୍ଡୀ ସୀତାର ଟ୍ରେଲର ରିଲିଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫିଲ୍ମ ଉଦଣ୍ଡୀ ସୀତାର କାହାଣୀ ରଚନା, ପ୍ରଯୋଜନା ତଥା ନିର୍ଦ୍ଦେଶନା ଦେଇଥିବା ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ସଂଳାପକାର ଡ଼କ୍ଟର ରଜନୀ ରଞ୍ଜନ, ଅଭିନେତ୍ରୀ ଦେବଯାନୀ, ଅଭିନେତା ସୁଭାଶିଷ, ଡେଲିଭରୀ ବୟର ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.