କେନ୍ଦୁଝର : ଖଟରେ ଶୋଇଥିବା ବେଳେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ବୃଦ୍ଧ । ମୃତକ ହେଲେ ୭୦ ବର୍ଷ ବୟସ୍କ ଡିଲେଶ୍ବର ମହାକୁଡ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ତେଲକୋଇ ଗାଁର ଗଉଡ ସାହିରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଡିଲେଶ୍ବର ମହାକୁଡ ଖଟ ଉପରେ ମଶାରୀ ଟାଙ୍ଗି ଶୋଇଥିଲେ । ଲାଇନ୍ ନଥିବାରୁ ଖଟ ନିକଟରେ ଏକ ମହମବତୀ ମଧ୍ୟ ଜାଳିଥିଲେ । ହେଲେ କୌଣସି କାରଣରୁ ମହମବତୀରୁ ମଶାରୀରେ ନିଆଁ ଲାଗି ଯାଇଥିଲା । ଫଳରେ ଶୋଇଥିବା ଅବସ୍ଥାରେ ବୃଦ୍ଧ ଡିଲେଶ୍ବର ଖଟ ସହ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ତାଙ୍କ ସ୍ତ୍ରୀ ଓ ଝିଅ ଘରେ ନଥିବା ବେଳେ ଏଭଳି ଘଟଣା ଘଟିଛି । ଘରୁ ଧୂଆଁ ବାହାରୁଥିବା ଦେଖି ପରିବାରର ଅନ୍ୟ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ, ସେତେବେଳକୁ ଡିଲେଶ୍ବର ସମ୍ପୂର୍ଣ୍ଣ ଜଳି ଯାଇଥିଲେ ।
BREAKING NEWS
- Jasipur: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଯଶୀପୁରକୁ ଏନଏସି ମାନ୍ୟତା
- ‘ବର୍ଡର ୨’ର ଗୀତକୁ ନେଇ ଏଭଳି କାହିଁକି କହିଲେ ଅନୁ ମଲିକ
- E-KYC Deadline Extended: ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା
- ବିଡିଏ ଉପାଧ୍ୟକ୍ଷଙ୍କ ନୂଆ ପଦକ୍ଷେପ, ପ୍ରତି ମାସରେ ବଣ୍ଟନକାରୀଙ୍କ ପାଇଁ ଅଭିଯୋଗ ଶୁଣାଣି
- ନବବର୍ଷରେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ…
- ନୂଆ ବର୍ଷରେ ଏହି ସବୁ ସ୍ଥାନରେ ପାଳନ ହୁଏ ଅଜବ ପ୍ରଥା
- ପୁରୀ ହେଲା ମହାନଗର ନିଗମ
- ଭାରତଠୁ ୯ ଘଣ୍ଟା ପୂର୍ବରୁ ନୂଆବର୍ଷ ୨୦୨୬କୁ ସ୍ବାଗତ କଲେ ଏହି ଦୁଇ ଦେଶ
- IAIRO to Begin Operations from 1 January:ଏଠାରେ ଖୋଲିବ ଭାରତର ପ୍ରଥମ ଜାତୀୟ AI ଗବେଷଣା ପ୍ରତିଷ୍ଠାନ
- Paradip Beach: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍, ଖର୍ଚ୍ଚ ହେବ ଏତିକି ଟଙ୍କା…
Comments are closed.