Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ରେଞ୍ଜର, ଦେଇ ପାରିଲେନି ଦେଢ ଲକ୍ଷ ଟଙ୍କାର ହିସାବ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ରେଞ୍ଜର । ଦେଢ ଲକ୍ଷ ଟଙ୍କାର ହିସାବ ଦେଇନପାରି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନୃତ୍ୟରାଜ ମାଝୀ । ତାଙ୍କ ନାମରେ ପୂର୍ବରୁ କୋଟିକୋଟି ଟଙ୍କାର ଘୋଟାଲା ଅଭିଯୋଗ ମଧ୍ୟ ରହିଛି ।

କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ରେଞ୍ଜର ନୃତ୍ୟରାଜ ମାଝୀ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସେ ବାଇକ୍ ଯୋଗେ ଦେଢ ଲକ୍ଷ୍ୟ ଟଙ୍କା ନେଇ ଯାଉଥିବା ବେଳେ ଭବାନୀପାଟଣା ଷ୍ଟାଡିୟମ ଠାରେ ତାଙ୍କୁ ଜୟପୁର ଓ ନବରଙ୍ଗପୁର ଭିଜିଲାନ୍ସ ଚଢାଉ କରିଥିଲା । ପଚରାଉଚରା କରିବାରୁ ନୃତ୍ୟରାଜ ଦେଢ ଲକ୍ଷ ଟଙ୍କାର ସଠିକ ହିସାବ ଦେଇ ପାରିନଥିଲେ । ତେଣୁ ଘଟଣାସ୍ଥଳରେ ଭିଜିଲାନ୍ସ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା ।

ରେଞ୍ଜର ଜଣକ ମୋବାଲାଇଜ୍ ଟିମରେ କାର୍ଯ୍ୟରତ ଥିଲେ । ସେ କଲେକ୍ସନ ପିସି ଟଙ୍କା ନେଇ ଯାଉଥିଲେ । ଯାହାର ସଠିକ ହିସାବ ସେ ଭିଜିଲାନ୍ସଙ୍କୁ ଦେଇପାରିନଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ପୂର୍ବର ତାଙ୍କ ନାମରେ ଭଟାଙ୍ଗପଦାର ସେକ୍ସନରେ କୋଟିକୋଟି ସରକାରୀ ଟଙ୍କା ଘୋଟାଲା ଥିବା ଲୋକାୟୁକ୍ତରେ ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଚଢ଼ାଉରେ ନବରଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଗ, ଅଜିିତ ପାଢୀ, ରାମୁ ହରିଜନ, ମାଲକାନଗିରି ଡିଏସପି ଶୁସାନ୍ତ ବିଶ୍ୱାଳ ସାମିଲ ଥିଲେ ।

Leave A Reply

Your email address will not be published.