କେନ୍ଦୁଝର : ଖଟରେ ଶୋଇଥିବା ବେଳେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ବୃଦ୍ଧ । ମୃତକ ହେଲେ ୭୦ ବର୍ଷ ବୟସ୍କ ଡିଲେଶ୍ବର ମହାକୁଡ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ତେଲକୋଇ ଗାଁର ଗଉଡ ସାହିରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଡିଲେଶ୍ବର ମହାକୁଡ ଖଟ ଉପରେ ମଶାରୀ ଟାଙ୍ଗି ଶୋଇଥିଲେ । ଲାଇନ୍ ନଥିବାରୁ ଖଟ ନିକଟରେ ଏକ ମହମବତୀ ମଧ୍ୟ ଜାଳିଥିଲେ । ହେଲେ କୌଣସି କାରଣରୁ ମହମବତୀରୁ ମଶାରୀରେ ନିଆଁ ଲାଗି ଯାଇଥିଲା । ଫଳରେ ଶୋଇଥିବା ଅବସ୍ଥାରେ ବୃଦ୍ଧ ଡିଲେଶ୍ବର ଖଟ ସହ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ତାଙ୍କ ସ୍ତ୍ରୀ ଓ ଝିଅ ଘରେ ନଥିବା ବେଳେ ଏଭଳି ଘଟଣା ଘଟିଛି । ଘରୁ ଧୂଆଁ ବାହାରୁଥିବା ଦେଖି ପରିବାରର ଅନ୍ୟ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ, ସେତେବେଳକୁ ଡିଲେଶ୍ବର ସମ୍ପୂର୍ଣ୍ଣ ଜଳି ଯାଇଥିଲେ ।
BREAKING NEWS
- ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି ମାମଲା: ରିପୋର୍ଟ ତଲବ କଲେ ଡିଇଓ
- ନକଲି ମଦ କାରଖାନା ଠାବ, ବିପୁଳ ମଦ ସହ ୨ ଗିରଫ
- ଆଜିଠୁ ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ;୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ଫୁଲୁଛି ମହାନଦୀ; ଭଟ୍ଟାରିକା ମନ୍ଦିରରେ ପଶିଗଲା ବନ୍ୟାଜଳ,ଚଳନ୍ତି ପ୍ରତିମାଙ୍କୁ ଅସ୍ଥାୟୀ ମଣ୍ଡପକୁ ସ୍ଥାନାନ୍ତର…
- Floods in Odisha:ଟ୍ରାକ୍ଟରରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କଲେ ଜିଲ୍ଲାପାଳ;ଭୟଭୀତ ନ ହୋଇ ଆଶ୍ରୟସ୍ଥଳୀରେ ରହିବାକୁ ପରାମର୍ଶ
- ଆସନ୍ତାକାଲି ବନ୍ଦ ରହିବ ଭଦ୍ରକ ଓ ନବରଙ୍ଗପୁରର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର
- ସ୍କୁଲରୁ ନିଖୋଜ, ପୋଲିସ ରିଜର୍ଭ ଗ୍ରାଉଣ୍ଡରୁ ମିଳିଲା ଶବ: ରାଜଧାନୀରେ ୭ ବର୍ଷର ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
- ଫେଲ୍ ମାରିଲା ସ୍କାମରଙ୍କ ଚାଲ୍! ଲୋକସଭାରେ ସରକାର ଦେଲେ ତଥ୍ୟ, ବ୍ଲକ୍ ହେଲା ୧୫ ଲକ୍ଷ ସିମ୍ ଓ ୩୨ ଲକ୍ଷ ବ୍ୟାଙ୍କ ଆକାଉଣ୍ଟ
- ଗଞ୍ଜେଇ ଚୋରାଚାଲାଣ କରିଥିବା ଅଭିଯୋଗରେ ୨ ଗିରଫ
- ୨୦୩୬ ବେଳକୁ ଟଙ୍କାର ମହତ୍ୱ ରହିବନି: ଏଲନ୍ ମସ୍କ
Comments are closed.