Latest Odisha News

BREAKING NEWS

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ଥାନା ତାହାରପୁର ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣକ ସେହି ଗାଁର ବାବୁଲି ମଲ୍ଲିକ ବୋଲି ଜଣାପଡିଛି । ସେ ଗାଧେଇବା ପାଇଁ ଗାଁ ପୋଖରୀକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଛି।

ଗାଧେଇବା ସମୟରେ ତାଙ୍କର ଗୋଡ଼ ଖସିଯିବାରୁ ସେ ପୋଖରୀରେ ବୁଡି ଯାଇଥିଲେ। ତେବେ ବାବୁଲି ବୁଡି ଯାଉଥିବା ଦେଖି ଗାଁ ଲୋକ ତାଙ୍କୁ ଉଦ୍ଧାର କରିବାକୁ ଧାଇଁ ଆସିଥିଲେ। ପରେ ତାଙ୍କୁ ପୋଖରୀରୁ ଉଦ୍ଧାର କରାଯାଇ ଯାଜପୁର ରୋଡ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.