Latest Odisha News

BREAKING NEWS

ବାଣ ବିସ୍ଫୋରଣରେ ଜେଜେ ମୃତ ଓ ନାତି ଗୁରୁତର ଆହତ

କଟକ : କଟକ ଜିଲ୍ଲା ଅନ୍ତର୍ଗତ କିଶୋର ନଗର ଥାନା ନିକଟସ୍ଥ ବାଇଲୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ନିଜ ଘରେ ବାଣ ଭିଡୁଥିବା ବେଳେ ଏକ ବଡ ଧରଣର ବିସ୍ଫୋରଣ ଘଟିବାରୁ ଉଭୟ ଜେଜେ ଓ ନାତି ଗୁରୁତର ଭାବେ ଆହତ ହୋଇଛନ୍ତି ।

ଆହତ ମାନେ ବାଇଲୋ ଗ୍ରାମର ଦେବେନ୍ଦ୍ର ସାମଲ(୬୫) ଓ ଅନ୍ୟଜଣେ ତାଙ୍କ ନାତି ସନ୍ଦୀପ(୫) ବୋଲି ଜଣାପଡିଛି ।

ସୁତ୍ରରୁ ପ୍ରକାଶ ଯେ ଦେବେନ୍ଦ୍ର ବାଣ ଭିଡୁଥିବା ବେଳେ ନାତି ସନ୍ଦୀପ ତାଙ୍କ ପାଖରେ ଖେଳୁଥିଲା । ହଠାତ୍ ବିସ୍ଫୋରଣ ହେବାରୁ ଉଭୟ ଗୁରୁତର ଆହତ ହୋଇଥିଲେ ଏବଂ ସେମାନଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଦେବେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.