Latest Odisha News

BREAKING NEWS

# ‘ମି-ଠୁ’: ଚର୍ଚ୍ଚା ଜୋର୍ ଧରିଲା, ବଲିଉଡରେ ହଟ୍ଟଚମଟ

ମୁମ୍ବାଇ : ମି-ଠୁ ଅଭିଯାନକୁ ନେଇ ଦିନକୁ ଦିନ ଚର୍ଚ୍ଚା ଜୋର ଧରୁଥିବାବେଳେ ଫିଲ୍ମ ଜଗତରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନାର ଅଭିଯୋଗ ହେବା ପରେ ସାରା ବଲିଉଡରେ ଏହାକୁ ନେଇ ହଇଚଇ ସୃଷ୍ଟି ହେବାରେ ଲାଗିଛି ।

ଏଭଳି ଏକ ସମୟରେ ବଲିଉଡ ଫିଲ୍ମ ଜଗତର ପାଖାପାଖି ୧୧ ଜଣ ପ୍ରମୁଖ ମହିଳା ନିର୍ଦ୍ଦେଶକ ଏହି ‘ମି-ଠୁ’ କୁ ସମର୍ଥନ କରି ସ୍ୱର ଉତ୍ତୋଳନ କରିଛନ୍ତି । ଫିଲ୍ମ ନିର୍ମାତା ଜୋୟା ଅଖତର, ଗୌରୀ ସିନ୍ଦେ, କିରଣ ରାଓ, ଅଳଙ୍କୃତା ଶ୍ରୀବାସ୍ତବ, କୋଙ୍କନା ସେନ ଶର୍ମା, ମେଘନା ଗୁଲଜାର, ନନ୍ଦିତା ଦାସ, ନିତ୍ୟା ମେହେରା, ରୀମା କାଗତି, ରୁଚି ନାରାୟଣ, ସୋନାଲି ବୋଷ ଆଦିଙ୍କ ନାମ ରହିଛି ।

ଏମାନେ ଏହି ଆନ୍ଦୋଳନକୁ ସମର୍ଥନ କରିବା ସହ ଯେଉଁମାନଙ୍କ ନାମରେ ଏଭଳି ଅଭିଯୋଗ କରାଯାଇଛି, ସେମାନଙ୍କ ସହିତ କାମ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ନେଇ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ସେମାନେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଜଣେ ମହିଳା ଏବଂ ଫିଲ୍ମ ମେକର ହିସାବରେ ଆମେ ଏହି ‘ମି-ଠୁ’ ଅଭିଯାନକୁ ସମର୍ଥନ କରିବା ସହ ସମସ୍ତ ପିଡିତାଙ୍କୁ ସମର୍ଥନ ଜଣାଇବା ପାଇଁ ଏକାଠି ହୋଇଛୁ ।

ପିଡିତା ମାନେ ଏକ ନୂଆ ପରିବର୍ତ୍ତନ ଆଣିବାକୁ ଯାଇ ଏଭଳି ସାହସ ଦେଖାଇଥିବାରୁ ସେମାନଙ୍କ ପ୍ରତି ଆମର ସମ୍ମାନ ରହିଛି ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଅଭିନେତା ନାନା ପାଟେକର, ଆଲୋକ ନାଥ, ସୁବାସ ଘାଇ, ସାଜିଦ ଖାନ, ବିକାଶ ବହଲଙ୍କ ପରି ଅନ୍ୟ ବଲିଉଡ ବ୍ୟକ୍ତିଙ୍କ ନାମରେ ଏଭଳି ଅଭିଯୋଗ ଆସିଥିବା ନେଇ ଦେଖିବାକୁ ମିଳିଛି ।

Leave A Reply

Your email address will not be published.